ଏପ୍ରିଲରେ ଜିଏସଟି ବାବଦରେ ଓଡ଼ିଶା ୫୦୩୫.୭୪କୋଟି ଟଙ୍କା ସଂଗ୍ରହ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ମାସ ଅର୍ଥାତ୍ ଏପ୍ରିଲରେ ଜିଏସଟି ବାବଦରେ ଓଡ଼ିଶା ୫୦୩୫.୭୪କୋଟି ଟଙ୍କା ସଂଗ୍ରହ କରିଛି, ଯାହାକି ସର୍ବକାଳୀନ ସର୍ବାଧିକ ସଂଗ୍ରହ ବୋଲି ଜିଏସଟି ଓ ବାଣିଜ୍ୟକର କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି । ତେବେ ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ ମାସରେ ଏହି ମୋଟ୍ ଜିଏସଟି ପରିମାଣ ୪୯୧୦.୨୩ କୋଟି ଟଙ୍କା ଥିଲା । ଚଳିତ ଆର୍ଥିକ ବର୍ଷରେ ଏଥିରେ ମାତ୍ର ୧୨୫.୫୦ କୋଟି ଟଙ୍କା ବୃଦ୍ଧି ହୋଇଛି ।