ପ୍ୟାନ୍‌-ଆଧାର ଲିଙ୍କ: ଆଉ ମାତ୍ର ଦୁଇଦିନ

ଦୁଇଦିନ ଭିତରେ ପ୍ୟାନ୍‌ କାର୍ଡ ଓ ଆଧାର କାର୍ଡ ଲିଙ୍କ କରାଇ ନିଅନ୍ତୁ। ଜୁଲାଇ ପହିଲାରୁ ଖିଲାପୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କେନ୍ଦ୍ର ସରକାର। ସିବିଡିଟି ସର୍କୁଲାର ଅନୁସାରେ ଆଧାର ସହିତ ପ୍ୟାନ୍‌ ଲିଙ୍କ କରି ନଥିବା ଲୋକଙ୍କ ପ୍ୟାନ୍‌ କାର୍ଡକୁ ଅକାମୀ କରି ଦିଆଯିବ।

ପ୍ୟାନ୍‌ କାର୍ଡଧାରୀଙ୍କ ଉପରେ ଜରିମାନା ଲାଗୁ କରିପାରନ୍ତି ସରକାର। ସରକାର ପ୍ରଥମେ ପ୍ୟାନ୍‌ କାର୍ଡ ସହ ଆଧାର ଲିଙ୍କରୁ ବାଦ ପଡ଼ିଥିବା ଲୋକଙ୍କଠାରୁ ବିଳମ୍ବିତ ଲିଙ୍କ ବାବଦକୁ ଏକ ହଜାର ଟଙ୍କା ଆଦାୟ କରିବେ। ଏହାକୁ ଗୁରୁତ୍ୱ ନଦେଲେ, ଆଧାର-ପ୍ୟାନ୍‌ ସଂଯୋଗ କରି ନଥିବା ଲୋକଙ୍କୁ ଆଇଟିଆର ଦାଖଲ ପାଇଁ ଅନୁମତି ଦିଆଯିବନି।