୪୫ତମ ଜିଏସଟି ପରିଷଦର ବଡ ନିଷ୍ପତ୍ତି

ଜିଏସଟି ପରିସରଭୁକ୍ତ ହେବନି ପେଟ୍ରୋଲ-ଡିଜେଲ୍

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ଵରେ ୪୫ତମ ଜିଏସଟି ପରିଷଦର ବୈଠକ ସଂପନ୍ନ ହୋଇଛି । ପେଟ୍ରୋଲ ଓ ଡିଜେଲ୍କୁ ଜିଏସଟି ପରିସରଭୁକ୍ତ କରାଯିବା ନେଇ ଆଶା କରାଯାଉଥିଲା । ହେଲେ ପେଟ୍ରୋଲ ଓ ଜିଏସଟିକୁ ବର୍ତ୍ତମା ଜିଏସଟିରେ ସାମିଲ୍ କରାଯିବାର ସମୟ ହୋଇନଥିବା ପରିଷଦ କହିଛନ୍ତି । ଅଧିକାଂଶ ରାଜ୍ୟ ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରଭୁକ୍ତ ନକରିବା ବିଚାର ଉପରେ ସହମତ ପ୍ରକାଶ କରିଛନ୍ତି । ଅର୍ଥାତ ନିକଟ ଭବିଷ୍ୟତରେ ଜନତାଙ୍କୁ ବର୍ଦ୍ଧିତ ତୈଳ ଦରରୁ କୌଣସି ଆଶ୍ଵସ୍ତି ମିଳିବାର ନାହିଁ । ଜିଏସ୍ଟି ପରିଷଦ ବୈଠକରେ ଅନ୍ୟ ଦ୍ରବ୍ୟଗୁଡିକ ଉପରେ ଲାଗୁ ହେଉଥିବା ଟ୍ୟାକ୍ସ ଉପରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।  

ସୂଚନା ଯୋଗ୍ୟ, ଅର୍ଥ ମନ୍ତ୍ରୀ କହିଛନ୍ତି, କରୋନା ଜଡିତ ଔଷଧ ଉପରେ ଜିଏସଟି ଛାଡ ଜାରି ରହିବ। ଏହି ଛାଡ ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ। ଜୀବନ ରକ୍ଷକ ଔଷଧ ଉପରେ ମଧ୍ୟ ଜିଏସଟି ଛାଡ ନିଷ୍ପତ୍ତି ନିଆଯାଇଛି।