ନିଜ ଭାଷାରେ ଆଧାର କାର୍ଡ କରିବା ପାଇଁ ଆବେଦନ କରିପାରିବେ

ନୂଆଦିଲ୍ଲୀ: ଆଧାର କାର୍ଡରେ କେବଳ ଆପଣଙ୍କର ଠିକଣା ନୁହେଁ ବରଂ ଆପଣ ମାନଙ୍କର ବାୟୋମେଟ୍ରିକ୍ ସୂଚନା ବି ରହିଥାଏ । ଆଧାର କାର୍ଡ ହେଉଛି ବର୍ତ୍ତମାନ ସମୟରେ ଏକ ନିହାତି ଜରୁରୀ ଦସ୍ତାବିଜ୍ ଯାହା ଭାରତୀୟ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ । ତେବେ ଆଧାର ସେବା ଯୋଗାଉଥିବା ସଂସ୍ଥା ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ବା ୟୁଆଇଡିଏଆଇ ପକ୍ଷରୁ ଅନେକ ଆଞ୍ଚଳିକ ଭାଷାରେ ବି ଆଧାର କାର୍ଡ ଉପଲବ୍ଧ ହୋଇପାରୁଛି । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା ଚିହ୍ନଟ ପାଇଁ ବ୍ୟବହାର କରାଯାଏ ।

ଇଂରାଜୀରେ ଆଧାର କାର୍ଡ ଆପଣ ମାନେ କେବଳ ଦେଖିଥିବେ । ହେଲେ ଏହା ଅନେକ ଭାଷାରେ ବି ଉପଲବ୍ଧ ହୋଇପାରୁଛି । ଇଂରାଜୀ ସମେତ ଉର୍ଦ୍ଦୂ, ପଞ୍ଜାବୀ, ତେଲୁଗୁ, ବଙ୍ଗାଳୀ, ଗୁଜୁରାତୀ, ଗୁଜୁରାଟ, ଓଡ଼ିଆ, ହିନ୍ଦୀ, କନ୍ନଡ, ମରାଠୀ, ମାଲାୟାଲାମ୍, ତାମିଲ ଭାଷାରେ ବି ଆଧାର କାର୍ଡ ହୋଇପାରିବ । ଆପଣ ଚାହିଁଲେ ନିଜ ଭାଷାରେ କାର୍ଡ କରିପାରିବେ । ତେବେ ଆପଣ ନିଜ ଭାଷାରେ ଆଧାର କାର୍ଡ କରିବା ପାଇଁ ଆବେଦନ କରିପାରିବେ । ଏଥିପାଇଁ ତିନି ସପ୍ତାହ ସମୟ ଲାଗିପାରେ । ଆପଣ ନିକଟ ଆଧାର ସେବା କେନ୍ଦ୍ରରେ ଏନେଇ ଆବେଦନ କରି ନିଜ ଭାଷାରେ ଆଧାର କାର୍ଡ ପାରିବେ ।