ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୦୧ ଓ ସ୍ଥାନୀୟ ସଂକ୍ରମିତ ୨୯୪ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୮୩ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୬, ବାଲେଶ୍ୱର ୩୦, ଭଦ୍ରକ ୧୩ ଓ କଟକରେ ୯୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟର ଦେବଗଡ ଜିଲାରେ ୧, ଢେଙ୍କାନାଳ ୪, ଗଜପତି ୨, ଗଞ୍ଜାମ ୨, ଜଗତସିଂହପୁରରେ ୨୫ ଜଣ ଚିହ୍ନଟ ହୋଇଛନ୍ତି। ଯାଜପୁରରେ ୩୯, ଝାରସୁଗୁଡାରେ ୬, କଳାହାଣ୍ଡି ୨, କନ୍ଧମାଳ ୧, କେନ୍ଦ୍ରାପଡାରେ ୮ ଓ କେନ୍ଦୁଝରରେ ଜଣେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୩୨୩, ମାଲକାନଗିରି ୪, ମୟୁରଭଞ୍ଜ ୧୮, ନବରଙ୍ଗପୁର ୧, ନୟାଗଡ ୩, ପୁରୀ ୧୮ ଓ ରାୟଗଡାରେ ୭ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଜିଲାରେ ୮, ସୋନପୁର ୨, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୭୬ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୭୧୯ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୫୮୭୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି।