ଆୟକର ରିଟର୍ଣ୍ଣସ ଦାଖଲ ସମୟ ସୀମା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣସ ଦାଖଲ ସମୟ ସୀମାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସାଧାରଣତଃ ଜୁଲାଇ ମାସ ଶେଷ ସୁଦ୍ଧା ଆୟକର ରିଟର୍ଣ୍ଣସ ଦାଖଲ କରାଯାଇଥାଏ । ଚଳିତ ବର୍ଷ ମଇ ମାସରେ କେନ୍ଦ୍ର ସରକାର ଟିକସ ଦାଖଲ ଅବଧିକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଥିଲେ । ଏବେ ଏହାକୁ ପୁଣିଥରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ ଦର୍ଶାଯାଇଛି ଯେ, କରଦାତା ଓ ବିଭିନ୍ନ ଅଂଶୀଦାରଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆୟକର ରିଟର୍ଣ୍ଣସ ଦାଖଲ କରିବାର ସମୟସୀମାକୁ ସିବିଡିସି ଡିସେମ୍ବର ୩୧ ଯାଏ ବୃଦ୍ଧି କରିଛି । ଏହାଫଳରେ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । କରୋନା ଜନିତ ସଙ୍କଟ ଯୋଗୁଁ ଅନେକ ଲୋକ ଆର୍ଥୀକ ଦୁରାବସ୍ଥାର ସାମ୍ନା କରିଥିଲେ । ତେଣୁ ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଅତିରିକ୍ତ ସମୟ ଦିଆଯାଇଛି ।