ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ: ମମତା ବାନାର୍ଜୀଙ୍କୁ ଟକ୍କର ଦେବେ ପ୍ରିୟଙ୍କା

କୋଲକାତା: ବିଜେପି ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ପାଇଁ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ସିଟରୁ ନାମାଙ୍କନ ପତ୍ର ଦାଖଲ । ପୂର୍ବ ନିର୍ଦ୍ଧାରିତ ଅନୁସାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରର ଟିଏମସି ପ୍ରାର୍ଥୀ ହେବେ ।

ବିଧାନସଭା ନିର୍ବାଚନରେ ମମତା ନନ୍ଦୀଗ୍ରାମ ସିଟରୁ ଲଢ଼ିଥିଲେ କିନ୍ତୁ ବିଜେପିର ଶୁଭେନ୍ଦୁ ଅଧିକାରୀ ତାଙ୍କୁ ହରାଇ ଦେଇଥିଲେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ମମତାଙ୍କୁ ଭବାନୀପୁରରୁ ନିର୍ବାଚନ ଜିତିବା ଜରୁରୀ। ଏହି ସିଟରୁ ବିଜେପି ପ୍ରିୟଙ୍କା ଟିବରେବାଲଙ୍କୁ ନିର୍ବାଚନୀ ମଇଦାନକୁ ନେଇଛନ୍ତି । ଅର୍ଥାତ୍ ପଶ୍ଚିମବଙ୍ଗର ଭବାନୀପୁର ଆସନରେ ହୋବକୁ ଥିବା ଉପନିର୍ବାଚନରେ ମମତା ବାନାର୍ଜୀଙ୍କୁ ଟକ୍କର ଦେବେ ପ୍ରିୟଙ୍କା ।

ପ୍ରିୟଙ୍କା ଟିବରେବାଲ ପେଶାରେ ଓକିଲ। ପ୍ରିୟଙ୍କା ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୫ରେ ବିଜେପି ପ୍ରାର୍ଥୀ ଭାବେ କୋଲକାତା ନଗର ପରିଷଦ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ତୃଣମୂଳ କଂଗ୍ରେସର ସ୍ୱପ୍ନ ସମଦାରଠାରୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ପରେ ବିଜେପି ତାଙ୍କୁ୨୦୨୦ ଅଗଷ୍ଟରେ ପଶ୍ଚିମବଙ୍ଗର ଭାରତୀୟ ଜନତା ଯୁବା ମୋର୍ଚ୍ଚାର ଉପାଧ୍ୟକ୍ଷ କରାଯାଇଥିଲା।

ସୂଚନାଯୋଗ୍ୟ, ପ୍ରିୟଙ୍କା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ହିଂସାକୁ ନେଇ କୋଲକାତା ହାଇକୋର୍ଟରେ ଜନହିତ ପିଟିସନ୍ ଦାୟର କରିଥିଲେ। ପ୍ରିୟଙ୍କା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଆଇନ ପରାମର୍ଶଦାତା ଥିଲେ।