୨୪ ଘଣ୍ଟାରେ ଆଉ ୧୫୬ ଆକ୍ରାନ୍ତ ଚିହ୍ନଟ

ଭାରତରେ କରୋନାର ମାମଲାରେ ଅତ୍ୟଧିକ ବୃଦ୍ଧି….

ନୂଆଦିଲ୍ଲୀ : ଭାରତରେ କରୋନାର ମାମଲାରେ ଅତ୍ୟଧିକ ବୃଦ୍ଧି ହେଉନଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୬,୭୭,୪୫୯କୁ ବୃଦ୍ଧି ପାଇଛି। ଏହାସହ ୧୬୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୪୧,୪୩,୩୪୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୮୦%। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୦,୬୯୬ରେ ପହଞ୍ଚିଛି। ମୃତ୍ୟୁହାର ୧.୧୯%। ୩,୪୨୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୦.୦୧%। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।