ବାସୁଦେବପୁର ମିଡ଼ିଆ ଆସୋସିଏସନ୍ ପକ୍ଷରୁ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ବାସୁଦେବପୁର ମିଡ଼ିଆ ଆସୋସିଏସନ୍ ପକ୍ଷରୁ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନନ୍ଦପୁର ଝାଉଁ ବଣ ରେ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମିଡ଼ିଆ ଆସୋସିଏସନ୍ ର ଉପଦେଷ୍ଟା ଉଦୟ ଜେନା ଙ୍କ ସହ ସଭାପତି ପ୍ରତାପ କୁମାର ପାଢ଼ୀ, ଉପ ସଭାପତି ଲକ୍ଷ୍ମୀ କାନ୍ତ ମହାନ୍ତି, ସମ୍ପାଦକ ରଶ୍ମି ରଂଜନ ପଲାଇ, ସହ ସମ୍ପାଦକ ସୁଶିଲ କୁମାର, ସଂଗଠନ ସମ୍ପାଦକ ରଞ୍ଜନ ମଲ୍ଲିକ, ବରିଷ୍ଠ ସଦସ୍ୟ ବିଭୂତି ମିଶ୍ର, ବିଜୟ ଘଡେ଼ଇ, ହେମନ୍ତ କୁମାର ବାରିକ୍, ସଦୟ ବିଭୂତି ପଣ୍ଡା, ରାଜେନ୍ଦ୍ର ମହାନ୍ତି, ସୁଶାନ୍ତ ନାୟକ, ବଳରାମ ରାଉତ,ନିଲୁ ରାଉତ, ଶୃଙ୍ଖଳା କମିଟି ସଦସ୍ୟ ଦେବେନ୍ଦ୍ର ନାୟକ ଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି ଅବସର ରେ ସଂଗଠନ ଆଗାମୀ କାର୍ଯ୍ୟ କର୍ମ ସହ ସାମ୍ବାଦିକ ଙ୍କ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ବାସୁଦେବପୁର ର ବିଭିନ୍ନ ସ୍ଥାନ ରୁ ଏହି ଅଞ୍ଚଳ କୁ ଭୋଜି ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା ବେଳେ ମିଡ଼ିଆ ଆସୋସିଏସନ୍ ସଦସ୍ୟ ମାନ ଙ୍କ ସହ କିଛି ଯୁବ ବନ୍ଧୁ ମାନେ ଉକ୍ତ ଅଞ୍ଚଳ କୁ ସଫେଇ କରି ଥିଲେ। ଏହୀ ଅବସର ରେ ସମସ୍ତେ ସଫେଇ କରି ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହେବାକୁ ଯୁବ ବନ୍ଧୁ ମାନେ ବାର୍ତ୍ତା ଦେଇଥିଲେ।