ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ୍ ସ୍କାନ୍ ଏବଂ ସେୟାର ସେବା ମାଧ୍ୟମରେ ହସ୍ପିଟାଲରେ ତ୍ବରିତ ଓପିଡି ପଞ୍ଜୀକରଣ ସୁବିଧା
ଜାତୀୟ ସ୍ବାସ୍ଥ୍ୟ ପ୍ରାଧୀକରଣ (ଏଚଏନଏ) ନିଜର ପ୍ରମୁଖ ଯୋଜନା ଆୟୁଷ୍ମାନ….
ଏହି ସେବା ରୋଗୀମାନଙ୍କୁ ନିଜ ପସନ୍ଦର କୌଣସି ସ୍ବାସ୍ଥ୍ୟ ଆପ୍ଲିକେସନ (ଯେପରିକି ଏବିଏଚଏ ଆପ୍, ଆରୋଗ୍ୟ ସେତୁ ଆପ୍, ଏକା କେୟାର, ଡ୍ରିଫ୍କେସ୍, ବଜାଜ୍ ହେଲ୍ଥ, ପେଟିଏମ୍) ର ଉପଯୋଗ କରି ଏଥିରେ ଭାଗୀଦାର ହସ୍ପିଟାଲ୍ / ସ୍ବାସ୍ଥ୍ୟ ସୁବିଧାର ୟୁନିକ୍ କ୍ୟୁଆର କୋଡ୍ କୁ କେବଳ ସ୍କାନ କରିବା ସହିତ ନିଜର ଏବିଏଚଏ ପ୍ରୋଫାଇଲ୍ ଆଦାନ ପ୍ରଦାନ କରିବାର ସୁବିଧା ପ୍ରଦାନ କରିଥାଏ। ନିଜର ଏବିଏଚଏ (ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଆକାଉଣ୍ଟ) ରୁ ରୋଗୀଙ୍କ ନାମ, ଅଭିଭାବକଙ୍କ ନାମ, ବୟସ, ଲିଙ୍ଗ, ଠିକଣା, ମୋବାଇଲ୍ ନମ୍ବର ଆଦି ପରି ଡେମୋଗ୍ରାଫିକ୍ ବିବରଣୀ ପ୍ରତ୍ୟକ୍ଷ ଭାବରେ ହସ୍ପିଟାଲ୍ ମ୍ୟାନେଜମେଣ୍ଟ ଇନ୍ଫରମେସନ ସିଷ୍ଟମ (ଏଚଏମଆଇଏସ୍) ସହିତ ଆଦାନ ପ୍ରଦାନ କରାଯାଇଥାଏ। ଏହାପରେ ଡିଜିଟାଲ୍ ପଞ୍ଜୀକରଣର ପ୍ରକ୍ରିୟା ପୂରଣ ହୋଇଥାଏ। ଏହାପରେ ରୋଗୀ ନିଜର ଆଉଟ୍ ପେସେଣ୍ଟ ସ୍ଲିପକୁ ଗ୍ରହଣ କରି ଡାକ୍ତରଙ୍କ ସହିତ ସାକ୍ଷାତ କରିବାକୁ କାଉଣ୍ଟରକୁ ଯାଇପାରେ।
ଏନଏଚଏ ର ସିଇଓ ଡା. ଆର.ଏସ୍. ଶର୍ମା ଏହି ସେବା ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ‘‘ଏବିଡିଏମ୍ ଅନ୍ତର୍ଗତ ଆମେ ଇଣ୍ଟର-ଅପରେବିଲିଟି ର ନିର୍ମାଣ କରୁଛୁ ଏବଂ ସ୍ବାସ୍ଥ୍ୟ ଦେଖାଶୁଣା ବିତରଣ ପ୍ରକ୍ରିୟାରେ ସୁଗମତାକୁ ପ୍ରୋତ୍ସାହନ ଦେଉଛୁ। ସ୍କାନ୍ ଏବଂ ସେୟାର କାର୍ଯ୍ୟ ପ୍ରଣାଳୀ ଏକ ଏପରି ବିଶେଷତା ଅଟେ, ଯାହାକି ଭାରତରେ ଦୈନିକ ଆଧାରରେ ହଜାର ହଜାର ରୋଗୀମାନଙ୍କୁ ସହାୟତା ପ୍ରଦାନ କରୁଛି। ଆମର ଟିମ୍ ଏହି ତ୍ବରିତ ପଞ୍ଜୀକରଣ ସେବାକୁ ଲାଗୁ କରିବା ପାଇଁ ସାରା ଦେଶରେ ବିଭିନ୍ନ ହସ୍ପିଟାଲ୍ ସହିତ ମିଶି କାମ କରୁଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ଅଂଶଗ୍ରହଣ କରିବା ପାଇଁ ୟୁଜରଙ୍କୁ ଚୟନିତ ଆପ୍ଲିକେସନ ଏବଂ ଏଚଏମଆଇଏସ୍ ମଧ୍ୟରେ ସରଳ ଇଣ୍ଟର-ଅପରେବିଲିଟିର ମାଧ୍ୟମରେ ଦୁଇଜଣ ଅର୍ଥାତ୍ ହସ୍ପିଟାଲ୍ ଏବଂ ରୋଗୀମାନେ ଲାଭାନ୍ବିତ ହୋଇ ପାରିବେ।’’
ଏହି ସ୍କାନ୍ ଏବଂ ସେୟାର କାର୍ଯ୍ୟପ୍ରଣାଳୀ ମାଧ୍ୟମରେ ଓପିଡି ପଞ୍ଜୀକରଣକୁ ସହଜ, ସୁଗମ ଏବ ସଠିକ୍ କରାଯାଇଛି। ଏହା ସହିତ ଏହି ପ୍ରକ୍ରିୟାରେ ରିଭିଜିଟ କ୍ଷେତ୍ରରେ ରୋଗୀଙ୍କୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଏହା କେବଳ ରୋଗୀମାନଙ୍କୁ ତତ୍କାଳ ଓ ବାସ୍ତବିକ ଲାଭ ପ୍ରଦାନ କରୁ ନାହିଁ ବରଂ ସେମାନଙ୍କୁ ନିଜର ସ୍ବାସ୍ଥ୍ୟ ଆବଶ୍ୟକତା ପାଇଁ ଡିଜିଟାଲ୍ ସମାଧାନ ସ୍ବୀକାର କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରୁଛି।
ଏବିଡିଏମ୍ ପବ୍ଲିକ୍ ଡାସବୋର୍ଡ଼ https://dashboard.abdm.gov.in/abdm/ ରେ ହେଲ୍ଥ ଫାସିଲିଟି ଟୋକନ୍ ଜେନେରେଟଡ୍ ଟ୍ୟାବ ଅନ୍ତର୍ଗତ ସ୍କାନ୍ ଓ ସେୟାର ସେବା ମାଧ୍ୟମରେ ଓପିଡି ଟୋକନ୍ ଜେନେରେସନ୍ ବିଷୟରେ ଅପଡେଟ୍ ଉପଲବ୍ଧ ରହିଛି।