ଆଉ ୨ହଜାର ୯୨୭ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲଗାତର କିଛି ଦିନ ହେବ ଦେଶରେ…..

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲଗାତର କିଛି ଦିନ ହେବ ଦେଶରେ ଧୀରେଧୀରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।  ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ୨ହଜାର ୯୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରୁ ଗୋଟିଏ ଦିନରେ ୨ହଜାର ୨୫୨ଜଣ ସଂକ୍ରମିତ ସୁସ୍ଥ ​‌ହୋଇଛନ୍ତି । ସଂକ୍ରମଣ ତୁଳନାରେ ଦେଶରେ ସୁସ୍ଥତା ହାର ମଧ୍ୟ ହ୍ରାସ ପାଉଛି । ଯାହା ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢ଼ିବାର ଲାଗିଛି ।  ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୨୭୯ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଦେଶରେ ଦୈନିକ ପଜିଟିଭିଟି ହାର ୦.୫୮%କୁ ବୃଦ୍ଧି ପାଇଛି ।