ଭାରତକୁ ଭୟ ନୂଆ ଭାରିଆଣ୍ଟ!

ନୂଆଦିଲ୍ଲୀ : ଦେଶରେ ତୃତୀୟ ଲହର ତାଣ୍ଡବ ମଚାଇବା ପରେ ଏବେ ପୁଣି ଡରାଇଲାଣି କୋରାନାର ନୂଆ ସଂକ୍ରମଣ । ଦେଶରେ ବର୍ତ୍ତମାନ କୋଭିଡ ସଂକ୍ରମଣ କମିଥିବାବେଳେ ଚୁତୁର୍ଥ ଲହର ଭୟ ଦେଖାଦେଲାଣି । ମୁମ୍ବାଇ ପରେ ଏବେ ଗୁଜୁରାଟରେ ଧରାପଡିଲାଣି କୋରାନା ଭୂତାଣୁର ନୂଆ ରୂପ । ଏହି ଭୂତାଣୁ ଅଧିକ ସଂକ୍ରମିତ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁଜୁରାଟରେ ମାର୍ଚ୍ଚ ୧୩ରେ ଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ଯେତେବେଳେ ନମୁନାର ଫଳାଫଳ ଆସିଲା ସେହି ବ୍ୟକ୍ତି ଇଏକ୍ସଇ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ବର୍ତ୍ତମାନ ଚିନ୍ତାର ବିଷୟ ହେଉଛି ଯେ, କରୋନାର ଏହି ନୂତନ ଭାରିଆଣ୍ଟ ଓମିକ୍ରନଠାରୁ ୧୦ ପ୍ରତିଶତ ଅଧିକ ।

ସେହିପରି ଏପର୍ଯ୍ୟନ୍ତ ଏହାକୁ ଅଧିକ ବିପଦ ବୋଲି କୁହାଯାଇ ନାହିଁ । କିନ୍ତୁ ଖୁବଶୀଘ୍ର ତାର କାୟାବିସ୍ତାର କରିପାରେ ବୋଲି କୁହାଯାଉଛି ।