ପୁଣି ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଲା ଭାରତ

ନୂଆଦିଲ୍ଲୀ : ଆର୍ଥିକ ସଙ୍କଟରେ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ପୁଣି ଭାରତ ସାହାର୍ଯ୍ୟର ହାତ ବଢାଇଛି । ଭାରତ କ୍ରମାଗତ ଭାବେ ଶ୍ରୀଲଙ୍କାକୁ ସାହାଯ୍ୟ କରିବାରେ ଲାଗିଛି । ଭାରତ ଶ୍ରୀଲଙ୍କାକୁ ୧୧ହଜାର ମେଟ୍ରିକ ଟନ ଚାଉଳ ପଠାଇଛି ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାକୁ ଏହି ଆର୍ଥିକ ସଙ୍କଟରୁ ଉଦ୍ଧାର ପାଇଁ ଏସବିଆଇ ଏବଂ ଶ୍ରୀଲଙ୍କା ସରକାରଙ୍କ ମଧ୍ୟରେ ଗତ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ସ୍ୱାକ୍ଷରିତ ଅନୁଯାୟୀ ଭାରତ ପକ୍ଷରୁ ୧ ଅରବ ଡଲାରର ସବସିଡି ଋଣ ସୁବିଧା ଦିଆଯାଇଛି । ଯାହା ସାହାଯ୍ୟରେ ଶ୍ରୀଲଙ୍କାକୁ ଭାରତରୁ ୪୦ ହଜାର ମେଟ୍ରିକ୍‌ ଟନ୍‌ ଶଷ୍ୟ ଦିଆଯିବ । ପୂର୍ବରୁ ଭାରତ ଶ୍ରୀଲଙ୍କାକୁ ୫ହଜାର ମେଟ୍ରିକ ଟନ ଗହମ ପଠାଇସାରିଛି । ଏବେ ପୁଣି ଭାରତ ପକ୍ଷରୁ ୧୧ ହଜାର ମେଟ୍ରିକ ଟନ ଗହମ ପଠାଯାଇଛି ।