ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧୬୧୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଏବେ କରୋନା ସଂକ୍ରମଣ ବଢିବା ପରେ ସାମାନ୍ୟ କମିଛି……

ନୂଆଦିଲ୍ଲୀ : ଉପରତଳ କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ କମିଲା ପରେ ପୁଣି ବଢିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ ବଢିବା ପରେ ସାମାନ୍ୟ କମିଛି। ମୃତ୍ୟୁସଂଖ୍ୟାରେ ବି କାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୧୬ ହଜାର ଟପିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୬୧୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।