ପୁଣି ଫେରିଲା କରୋନା କଟକଣା

ରାଜ୍ୟ ସରକାର ମାସ୍କ ପିନ୍ଧିବା ନିୟମକୁ ପୁଣିଥରେ ବାଧ୍ୟତାମୂଳକ କରିଛନ୍ତି…

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ସଂକ୍ରମଣ ବଢୁଥିବାରୁ ଅନେକ ରାଜ୍ୟ କଟକଣା ଲଗାଇବା ଆରମ୍ଭ କଲେଣି । ଏହିକ୍ରମରେ କର୍ଣ୍ଣାଟକାରେ ସଂକ୍ରମଣ ରୋକିବାକୁ ଲାଗୁ ହୋଇଛି କଟକଣା । ଦିନକରେ ୫୨୫ ଜଣ ସଂକ୍ରମିତ ଚିହ୍ନଟ ହେବାରୁ ରାଜ୍ୟ ସରକାର ମାସ୍କ ପିନ୍ଧିବା ନିୟମକୁ ପୁଣିଥରେ ବାଧ୍ୟତାମୂଳକ କରିଛନ୍ତି । ସେହିପରି ସବୁ ଦୋକାନୀ ଓ ରେଷ୍ଟୁରାଣ୍ଟର କର୍ମଚାରୀମାନେ ମଧ୍ୟ ମାସ୍କ ପିନ୍ଧିବେ । ସେହିପରି ଗ୍ରାହକମାନଙ୍କୁ ମଧ୍ୟ ସାମାଜିକ ଦୂରତା ରକ୍ଷା କରି ସେବା ଯୋଗାଇ ଦେବାର ବ୍ୟବସ୍ଥା କରିବେ । ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ କର୍ଣ୍ଣାଟକାରୁ ୫୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ କେବଳ ବାଙ୍ଗାଲୁରୁରୁ ୪୯୪ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।