ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆଙ୍କୁ ପୁଣି ସମନ

ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା ପାଇଁ ଆସନ୍ତା ୨୩ ତାରିଖରେ ହାଜର ହେବାକୁ କୁହାଯାଇଛି…

ନୂଆଦିଲ୍ଲୀ : ପୁଣି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା ପାଇଁ ଆସନ୍ତା ୨୩ ତାରିଖରେ ହାଜର ହେବାକୁ କୁହାଯାଇଛି । ସୂଚନାଯୋଗ୍ୟ, ଗତ ୮ ତାରିଖ ଦିନ ସୋନିଆଙ୍କୁ ହାଜର ହେବା ପାଇଁ କୁହାଯାଇଥିଲା । କିନ୍ତୁ କରୋନା ସଂକ୍ରମିତ ହେବା କାରଣରୁ ସେ ଇଡିରେ ହାଜର ହୋଇ ପାରି ନଥିଲେ ଏବଂ ନୂଆ ତାରିଖ ମାଗିଥିଲେ । ଅଧିକାରୀ ଜଣକ କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୨୩ରେ ଇଡିରେ ହାଜର ହେବାକୁ କୁହାଯାଇଛି ।