ଦେଶରେ ପୁଣି ଦୁଇ ହଜାରରୁ ଅଧିକ ପଜିଟିଭ ଚିହ୍ନଟ

ଦେଶରେ ପୁଣି ଏବେ କାୟା ମେଲାଇଛି ସଂକ୍ରମଣ…

ନୂଆଦିଲ୍ଲୀ : ଦେଶରେ ପୁଣି ଏବେ କାୟା ମେଲାଇଛି ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ କମିବା ପରେ ଏବେ ପୁଣି ବଢିବା ଆରମ୍ଭ କରିଛି । ଦେଶରେ ଦୈନିକ ୪ ଲକ୍ଷ ଟ୍ରେଣ୍ଡ୍‌ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଦୁଇ ହଜାର ତଳକୁ ଖସିବା ପରେ ଏବେ ପୁଣି ବଢିଛି । ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ୨୫୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।