ୟୁଦ୍ଧ ଭୂମିରେ ଆମେରିକାର ବିଦେଶୀ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ

ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ ଓ ପ୍ରତିରକ୍ଷା ମନ୍ତ୍ରୀ….

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ପ୍ରାୟ ଦୁଇ ମାସ ବିତିଯାଇଛି । ୟୁକ୍ରେନରେ ପ୍ରଥମ ଥର ଆମେରିକା ଶୀର୍ଷସ୍ତରର କୁଟନୈତିଜ୍ଞ ୟୁକ୍ରେନ ପହଞ୍ଚିଛନ୍ତି । ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ ଓ ପ୍ରତିରକ୍ଷା ମନ୍ତ୍ରୀ ଲର୍ଡ ଆଷ୍ଟିନ-୩ କିଭ୍‌ରେ ରାଷ୍ଟ୍ରପତି ଭୋଲଡିମିର ଜେଲେନ୍‌ସ୍କଙ୍କୁ ଭେଟିଛନ୍ତି । କିନ୍ତୁ ଏହି ସାକ୍ଷାତକାରକୁ ନେଇ ବୁଦ୍ଧିଜୀବୀ ମହଲରେ ଅନେକ ଚର୍ଚ୍ଚା ହେଉଛି । ତେବେ ଏହି ସାକ୍ଷାତ ମାଧ୍ୟମରେ ଆମେରିକା ବିଶ୍ୱବାସୀଙ୍କୁ କହିବାକୁ ଚାହୁଁଛି ଯେ, ସେ ୟୁକ୍ରେନ ସହିତ ଛିଡା ହୋଇଛି । ଆମେରିକାର ବରିଷ୍ଠ ନେତାଙ୍କ ଯାତ୍ରା ନେଇ ଜେଲେନ୍‌ସ୍କିଙ୍କ ପରାମର୍ଶଦାତା ଓଲେକ୍ସ ମଧ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଆମେରିକାର ଦୁଇ ଶୀର୍ଷ ନେତା କିଭ୍‌ରେ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ, ବାଇଡେନ ପ୍ରଶାସନ ୟୁକ୍ରେନ ସାହାଯ୍ୟ ଓ ଅସ୍ତ୍ର ସହିତ ରୁଷିଆ ବିରୋଧରେ ସମର୍ଥନ ଦେବା ସହ ରୁଷିଆ ବିରୋଧରେ କଟକଣାକୁ ଅନ୍ତର୍ଜାତୀୟ ଅଭିଯାନର ନେତୃତ୍ୱ ନେଉଛି ।n