ଆଜି ଦେଶରେ ୪ ହଜାର ତଳେ ରହିଛି ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଆଜି ଦେଶରେ ୪ ହଜାର ତଳେ ରହିଛି ଦୈନିକ କରୋନା ସଂକ୍ରମଣ । ଗୋଟିଏ ଦିନରେ ଆଉ ୩,୬୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୫ହଜାର ୧୮୫ଜଣ କରୋନା ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ଦେଶରେ ଏଯାଏ କରୋନାରୁ ମୋଟ୍ ସୁସ୍ଥ ହେଲେଣି ୪,୨୪,୩୧,୧୧୩ ଆକ୍ରାନ୍ତ । ସେହିପରି ଗତ ୨୪ ଘଣ୍ଟାରେ ଆଉ ୮୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୫,୧୫,୮୦୩ ରେ ପହଞ୍ଚିଛି । ସଂକ୍ରମଣକୁ ମାତ୍ ଦେବାକୁ ଦେଶରେ ଟିକାକରଣ କରାଯାଉଛି ।