ମର୍ଣ୍ଣିଂ ୱାକ ବେଳେ ଆଇନଜୀବୀଙ୍କ ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଆଜି ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଜଣେ ଆଇନଜୀବୀ ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେବାରେ ତାଙ୍କର ମୃତ୍ୟୁ ଘଟିଛି । ଫଳରେ ଉତ୍ତ୍ୟକ୍ତ ଲୋକେ ଉକ୍ତ ଟ୍ରକକୁ ଜାଳି ଦେଇଥିବା ଜଣାପଡ଼ିଛି । ଏଥିସହ ଲୋକମାନେ ରାସ୍ତାରେ ମୃତଦେହ ରଖି ଧାରଣା ଦେଇଛନ୍ତି ।

ତେବେ ଜଣାପଡ଼ିଛି ଯେ, ସମ୍ବଲପୁରର ସରଳାକାନି ଛକରେ ଏହି ଦୁର୍ଘଟଣା ଘଟିଛି । ମୃତ ଆଇନଜୀବୀ ଜଣଙ୍କ ହେଉଛନ୍ତି ଉମେଶ ଚନ୍ଦ୍ର ପ୍ରଧାନ । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଫଳରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି । ପ୍ରତ୍ୟେକ ଦିନ ପରି ଆଜି ଉମେଶ ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ଅଇଁଠାପାଲି ପଟୁ ଏକ ଟ୍ରକ ଉମେଶଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ତେବେ ପୋଲିସ ବର୍ତ୍ତମାନ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।