ଶନି ଦେବ ଙ୍କ ପ୍ରଭାବ ଅଢେଇ ବର୍ଷ ପାଇଁ ରହିଥାଏ, ଜାଣନ୍ତୁ ଆଜିଠୁ ଶନି ଗ୍ରହଙ୍କର୍ କେଉଁ କେଉଁ ରାଶିରେ ପ୍ରବେଶ

ଶନିଙ୍କ ନାମ ଶୁଣି ଅନେକ ଲୋକ ଭୟର ଅନ୍ଧକାରରେ ଫସିଯାଆନ୍ତି । ଲୋକମାନେ ଶନିଙ୍କୁ ଏକ ଅସୁବିଧାଜନକ ଗ୍ରହ ଭାବରେ ବିବେଚନା କରନ୍ତି । ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଙ୍କ ମନ୍ଦ ଆଖି ପଡ଼େ, ତାଙ୍କ ଜୀବନ ନର୍କରେ ପରିଣତ ହୁଏ, କିନ୍ତୁ ଶନିଙ୍କ ବିଷୟରେ ଅନେକ ଧାରଣା ଭୁଲ ଅଟେ । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନି ଏକ ନିଷ୍ଠୁର ଗ୍ରହ ଭାବରେ ପରିଗଣିତ ହୁଏ । ଏହା ସହିତ ତାଙ୍କୁ ନ୍ୟାୟର ଭଗବାନ ମଧ୍ୟ କୁହାଯାଏ । ତାହା ହେଉଛି, ସେମାନେ ବିନା କାରଣରେ କାହାକୁ ହଇରାଣ କରନ୍ତି ନାହିଁ । ବ୍ୟକ୍ତିର କର୍ମ ତାଙ୍କର ଦିଗ ନିର୍ଣ୍ଣୟ କରେ ।

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଙ୍କ ଗୋଚର ଖୁବ୍ ମହତ୍ତ୍ଵ ରଖିଥାଏ । ଆମ ହିନ୍ଦୁ ଧର୍ମ ର ମାନ୍ୟତା ଅନୁସାରେ ଆମ ଜୀବନ ର ପ୍ରତିଟି ଘଟଣା ପଛରେ ରହିଥାଏ ଏବଂ ରହିଆସିଛି ଗ୍ରହ ମାନଙ୍କର ସ୍ଥିତି ଦାୟୀ ଓ ସେହି କାରଣରୁ ଆମ ଜୀବନ ଉପରେ ପ୍ରଭାବ ପଡିଥାଏ। ଶନି ଙ୍କ ଗୋଚର ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପଡିଥାଏ। ଶନିଦେବ ଙ୍କୁ କର୍ମ ର ଦାତା କୁହାଯାଏ । ଚଳିତ ବର୍ଷ ଅପ୍ରେଲ ୨୯ ତାରିଖ ଦିନ ଶନି ଦେବ ନିଜ ରାଶି କୁମ୍ଭ ରାଶି ରେ ପ୍ରବେଶ କରିବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା କେଉଁ ରାଶି ଉପରେ କି ପ୍ରଭାବ ପଡ଼ିବ ।

୧. ଶନି ଗ୍ରହ ମକର ରାଶିରେ ଗୋଚର କରୁଛନ୍ତି ତେଣୁ ମିଥୁନ ଓ ତୁଳା ରାଶି ର ଲୋକଙ୍କ ପାଇଁ ଶନି ଙ୍କ କୋପ ପ୍ରଭାବ ଚାଲିଛି । ୨୯ ଅପ୍ରେଲ ଠାରୁ ନିଜ ରାଶି କୁମ୍ଭ ରେ ପ୍ରବେଶ କରିବା ଦ୍ୱାରା ମିଥୁନ ଓ ତୁଳା ରାଶି ର ଲୋକଙ୍କୁ ମୁକ୍ତି ମିଳିବ ।

୨. ସେହିପରି ଅପ୍ରେଲ ୨୯ ପରଠାରୁ ଶନି ଙ୍କ ପ୍ରଭାବ କର୍କଟ ଓ ବିଛା ରାଶି ଉପରେ ରହିବ । ଶନି ଦେବ ଙ୍କ ପ୍ରଭାବ ଅଢେଇ ବର୍ଷ ପାଇଁ ରହିଥାଏ ।

>ତେଣୁ,ହୋଇପାରେ ଶାରିରୀକ ଓ ମାନସିକ ଅସୁବିଧା –
ଶନି ଦେବ ଙ୍କ ପ୍ରଭାବ ପଡ଼ୁଥିବା ରାଶିର ବ୍ୟକ୍ତି ମାନଙ୍କ ର ଏହି ସମୟରେ ଶାରିରୀକ ଓ ମାନସିକ ଅଶାନ୍ତି ଓ ଅସୁବିଧା ଦେଖାଦେବ । ପ୍ରଥମେ ଶାରିରୀକ ସମସ୍ୟା ଓ ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ମାନସିକ ସ୍ତର ରେ ମଧ୍ୟ ଅନେକ ଅସୁବିଧା ଦେଖା ଦେଇଥାଏ।

>ଉପଚାର,ଏହି ସମୟରେ ହନୁମାନ ଙ୍କୁ ପୂଜା କରିବାକୁ ଚେଷ୍ଟା କରନ୍ତୁ। ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ । ପ୍ରତିଦିନ ଶନିବାର ଦିନ ଓସ୍ତ ବୃକ୍ଷ ନିକଟରେ ସୋରିଷ ତେଲ ର ଦୀପ ଟିଏ ଜଳାଇ ରଖନ୍ତୁ ଓ ସେଠାରେ ହନୁମାନ ଅଷ୍ଟକ ପାଠ କରନ୍ତୁ। ଏହାଦ୍ବାରା ଶନି ଦେବ ଙ୍କ ଖରାପ୍ ପ୍ରଭାବ ରୁ ଦୂରେଇ ରହିବା ସହ ଗ୍ରହ ଦୋଷ କଟିଥାଏ ।