ମା ନୁହେଁ ଡାହାଣୀ: ରାଜଧାନୀ ବୁଦାରୁ ମିଳିଲା ଶିଶୁକନ୍ୟା

ଭୁବନେଶ୍ୱର: ଆଧୁନିକ ମଣିଷ ଯେତେ ଆଗେଇଲେ କ’ଣ ହେବ; ତା’ର କୁତ୍ସିତ ମାନସିକତାକୁ ଛାଡ଼ି ପାରିବନି । କାହିଁ କୋଉ ଅମଳରୁ ଶିଶୁକନ୍ୟାକୁ ପରିବାର ପାଇଁ ବୋଝ ଭାବି ମା’ ପେଟରୁ ମାରିଦେବାର ଚକ୍ରାନ୍ତ ଜାରି ରହିଛି । ତା’ର ନିଚ୍ଛକ ଉଦାହରଣ ରାଜଧାନୀ ରସୁଲଗଡ଼ ଛକରେ ଦେଖିବାକୁ ମିଳିଛି । କମିଶନରେଟ୍‌ ପୁଲିସ ଗୋଟିଏ ନବଜାତକ କନ୍ୟାଟିର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଶିଶୁଟିକୁ କିଏ କାହିଁକି ଏଭଳି ଅବସ୍ଥାରେ ପକାଇଲା? ତାହା ଉଭୟ ଜନତା ଓ ପୁଲିସକୁ ଚିନ୍ତାରେ ପକାଇଛି । ରସୁଲଗଡ଼ ଭଳି ବ୍ୟସ୍ତମୟ ଛକର ଅସୁମାରି ଭିଡ଼ ଭିତରେ କେହି ଜଣେ ଶିଶୁକନ୍ୟାଟିକୁ କଂଟାବୁଦାକୁ ପକାଇ ପଳାୟନ କରିଛି । ମୃତ ଶିଶୁଟିକୁ ଗୋଟିଏ ଅଖାରେ ଗୁଡ଼ାଇ ଫିଙ୍ଗି ଦିଆଯାଇଥିଲା ।

ଉଗ୍ର ଆଧୁନିକତାର ଦୁର୍ବଳ ପରିଚୟ ହେଉ ଅବା ଅବାଂଛିତ ମାତୃତ୍ୱ; ଆଦୌ ବରଦାସ୍ତ ଯୋଗ୍ୟ ନୁହେଁ ।