ଚନ୍ଦ୍ରପୃଷ୍ଠରେ ଜାପାନକୁ ରକ୍ଷା କରିବ ଭାରତ

ନୂଆଦିଲ୍ଲୀ: ଭୁଲ ହୋଇଗଲା! ଜମାରୁ ନୁହେଁ । ମହାକାଶରେ ଜାପାନର ଚନ୍ଦ୍ରଯାନକୁ ମହାବିପଦରୁ ରକ୍ଷା କରିବା ପାଇଁ ଆମ ଚନ୍ଦ୍ରଯାନ ଉଦ୍ୟମ କରୁଛି । ଖବର ମୁତାବକ, ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ଚେଷ୍ଟା କରୁଥିଲା ବେଳେ ସଂକଟରେ ପଡ଼ିଯାଇଛି ଜାପାନ ଚନ୍ଦ୍ରଯାନ ।

କଥା କ’ଣ କି ଚନ୍ଦ୍ରର ଅନ୍ଧାର ପାଖରେ ଜାପାନର ଚନ୍ଦ୍ରଯାନଟି ରହିଯାଇଛି । ଫଳରେ ତା’ର ସୋଲାର ପ୍ୟାନେଲ କାମ କରୁନି । ବିଜୁଳି ଶକ୍ତି ନପାଇ ଜାପାନ ଚନ୍ଦ୍ରଯାନଟି ଅଚଳ ହୋଇଯାଇଛି । ଜାପାନର ମହାକାଶ ବିଜ୍ଞାନୀମାନେ ଚନ୍ଦ୍ରଯାନ ଅବତରଣ କରିବାର ତିନିଘଂଟା ପରେ ସ୍ୱିଚ୍‌ ଅଫ୍‌ କରି ଦେଇଛନ୍ତି । ଚନ୍ଦ୍ରପୃଷ୍ଠରୁ ଅନ୍ଧାର ଦୂରୀଭୂତ ହେବା ପରେ ପୁଣି ସ୍ୱିଚ୍‌ ଅନ୍‌ କରିବେ ।

ହେଲେ ସେ ପର୍ଯ୍ୟନ୍ତ ଜାପାନ ଚନ୍ଦ୍ରଯାନକୁ ସୁରକ୍ଷିତ ରଖିବା ପାଇଁ ଭାରତର ଚନ୍ଦ୍ରଯାନ ତା’ର କାମ ଆରମ୍ଭ କରିଛି ।