ଲେହେଙ୍ଗା ହେବ ମହଙ୍ଗା, ଟିକେ ସମ୍ଭାଳି!

ଭାରତରେ ବିବାହ କୌଣସି ମହୋତ୍ସବରୁ କମ୍‌ ନୁହେଁ । ଭାରତରେ ବିବାହକୁ ଜୀବନର ଅଭୁଲା ଦିନ ଭାବେ ବିବେଚନା କରାଯାଏ । ବିବାହରେ ଯୋଗଦାନ କରିଥିବା ପ୍ରତିଟି ପୁରୁଷ ମହିଳା ଓ ପିଲାମାନେ ମନଭରି ଉପଭୋଗ କରିବାକୁ ଚାହାନ୍ତି । ସବୁଠାରୁ ଦାମୀ ଶାଢ଼ୀ, ଗହଣା ପିନ୍ଧି ପରସ୍ପରକୁ ଦେଖେଇ ହେବାର ବାହାନା ବିବାହ ପରିବେଶକୁ ମନୋରଂଜନର ଖୋରାକ କରିଦିଏ ।

ଦେଖେଇ ହେବାର ସଉକଟି ବରକନ୍ୟାଙ୍କ ସମେତ ସବୁ ବୟସର ପୁରୁଷ ମହିଳା, କିଶୋର କିଶୋରୀ, ଯୁବକ ଯୁବତୀ, ଚୁଅାଁ ଚୁଇଁକୁ ଘାରିଥାଏ ।  ଭଳିକି ଭଳି ଷ୍ଟାଇଲର ଲେହେଙ୍ଗା ପିନ୍ଧି ବିବାହକୁ ଯିବା ଏକ ଫେସନ୍‌ ହୋଇଗଲାଣି । ମାତ୍ର ଲେହେଙ୍ଗାକୁ ସତର୍କତାର ସହିତ ପିନ୍ଧିବା ଉଚିତ ।

ତା’ ନହେଲେ ସାମାନ୍ୟ ତ୍ରୁଟି ଆପଣଙ୍କୁ ଲୋକହସା କରିଦେବ ।ଏପରି ଲେହେଙ୍ଗା ବାଛନ୍ତୁ ଯାହା ଆପଣଙ୍କ ଶରୀରକୁ ଖୁବ ମାନୁଥିବ । ଯାହାକୁ ପିନ୍ଧି ଆପଣ ବେଶ ଆରାମରେ ଚଲାବୁଲା କରି ପାରୁଥିବେ । ତା’ ସହିତ ଆଧୁନିକା ଦିଶୁଥିବେ ।