ଟିକେ ଦେଖିକି: ଓଭରବ୍ରିଜରୁ ତଳକୁ ଖସିଲା ଚାରିଟି ଗାଡ଼ି

ଚେନ୍ନାଇ: ଦେଖଣାହାରୀଙ୍କ ଆଖି ଖୋସି ହୋଇଗଲା । ଆଖି ଆଗରେ ଗୋଟିଏ ପରେ ଗୋଟିଏ କରି ଚାରିଟି ଗାଡ଼ି ପୋଲ ତଳକୁ ଖସିପଡ଼ିଲା । ତଳକୁ ଯାଇ ଦେଖିଲା ବେଳକୁ ଚାରିଜଣ ପ୍ରାଣ ହରାଇଛନ୍ତି । ୧୦ ଜଣ ଆହତ ହୋଇଛନ୍ତି ।

ସିସିଟିଭି ମୁତାବକ ଗୋଟିଏ ଟ୍ରକ ତୀବ୍ର ଗତିରେ ଆସି ଆଉ ଗୋଟିଏ ଟ୍ରକକୁ ପଛରୁ ପିଟିଲା, ନିୟନ୍ତ୍ରଣ ହରାଇ ପୋଲ ବାଡାରେ ଘଷି ହୋଇ ତଳକୁ ଖସିଲା । ପିଟା ଖାଇଥିବା ଟ୍ରକଟି ଆଉ ଦୁଇଟି କାର ଉପରେ ଚଢ଼ିଗଲା । ତା’ ପରେ ଦୁର୍ଘଟଣାର ଶିକାର ଗାଡ଼ିଗୁଡ଼ିକ ପୋଲ ତଳକୁ ଖସି ପଡିଲେ । ଠିକ୍‌ ଚଳଚ୍ଚିତ୍ର ଦୃଶ୍ୟ ଭଳି ପ୍ରତୀୟମାନ ହେଉଥିଲା ।

ସବୁକିଛି ଏମିତି ଜଲଦି ହୋଇଗଲା ପ୍ରତ୍ୟକ୍ଷଦର୍ଶୀ କେବଳ ଚାତକ ଭଳି ଅନାଇ ରହିଥିଲେ ।