କଂଗ୍ରେସ ଚେହେରା: ଦୁଃଶାସନ ଚରିତ୍ରରେ ମହିଳା ପୁଲିସ କର୍ମଚାରୀ

ହାଇଦ୍ରାବାଦ: ତେଲଙ୍ଗାନା ପୁଲିସର ହୀନ କାରନାମା ତେଲଙ୍ଗାନାର କଂଗ୍ରେସ ସରକାରକୁ ବଦନାମ କରିଛି । ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ ଦୁଇଜଣ ପୁଲିସ କର୍ମଚାରୀ ଗୋଟିଏ ଦୁଇଚକିଆରେ ବସିଛନ୍ତି । ସେମାନଙ୍କ ଭିତରୁ ଗୋଟିଏ ପୁଲିସ କର୍ମଚାରୀ ଜଣେ ଛାତ୍ରୀଙ୍କ କେଶକୁ ଧରି ଭିଡି ନେଉଛନ୍ତି ।

ରାଜନୈତିକ ଦଳ ଭିତରେ ମତଭେଦ ମନାନ୍ତର ରହିବା ସ୍ୱାଭାବିକ । କିନ୍ତୁ ତାହା ଯେତେବେଳେ ଜଣେ ନାରୀ, ଦଳିତ ଜାତି, ଦୁର୍ବଳ ଶ୍ରେଣୀକୁ ଗ୍ରାସ କରେ; ତାହା ବିରାଟ ଅପରାଧ ଭିତରେ ଗଣା ହୋଇଯାଏ । ସାଧାରଣ ଲୋକଙ୍କ ମାନସମ୍ମାନ ସହିତ ଖେଳିବା ପୁଲିସର ଦେହସୁହା ହୋଇଗଲାଣି ।

ସୂଚନା ମୁତାବକ ବିଶ୍ୱ ବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ନୀତିକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା ବେଳେ ପୁଲିସ ଜଣେ ଛାତ୍ରୀଙ୍କ ପ୍ରତି ଅଶାଳୀନ ବ୍ୟବହାର ଦେଖାଇଛି । ତାକୁ କେନ୍ଦ୍ର କରି ନାନା ମହଲରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି ।