ଆଇପିଏସ ସଂଜୀବ ପଣ୍ଡାଙ୍କୁ କଟକ-ଭୁବନେଶ୍ୱର ପୁଲିସ କମିଶନର ଦାୟିତ୍ୱ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଇପିଏସ୍‌ ଅଧିକାରୀଙ୍କ ପଦବୀରେ କାଂଟଛାଂଟ କରାଯାଇଛି । କ୍ଷମତାସୀନ ଦଳକୁ ଜିତାଇବା ପାଇଁ ଏହା ଏକ ରଣକୌଶଳ ବୋଲି ବିରୋଧୀ ଦଳ ଅଭିଯୋଗ କରିଛି । ମାତ୍ର ଆଇପିଏସଙ୍କୁ ନୂତନ ଦାୟିତ୍ୱ ଏକ ଚିରାଚରିତ ବ୍ୟବସ୍ଥା ବୋଲି ସରକାର କହିଛନ୍ତି ।

ସୂଚନା ମୁତାବକ କଟକ-ଭୁବନେଶ୍ୱର ଦ୍ୱୈତ ନଗରୀର ପୁଲିସ କମିଶନର ଭାବେ ୧୯୯୪ ବ୍ୟାଚ୍‌ ଆଇପିଏସ ସଂଜୀବ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି । ୧୯୯୫ ବ୍ୟାଚ୍‌ ଆଇପିଏସ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଇଂଟେଲିଜେନ୍ସ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । କଟକ ଡିସିପି ଭାବେ କୁଅଁର ବିଶାଲ ସିଂଙ୍କୁ ନିଯୁକ୍ତ କରାଯାଇଛି । ପିନାକ ମିଶ୍ରଙ୍କୁ ପୁରୀ ପୁଲିସ ଅଧିକ୍ଷକ ଭାବେ ବଦଳି କରାଯାଇଛି ।