ଅପପୁଷ୍ଟି କବଳରେ ଆମ ସାଧାରଣତନ୍ତ୍ର

Our democracy is in the grip of nutrition

ଅଯୋଧ୍ୟା ରାମ ମନ୍ଦିର ବାହାରେ ଯୋଡ଼ହସ୍ତରେ ଠିଆ ହୋଇଥିଲେ ଆମ ସାଧାରଣତନ୍ତ୍ର । ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠା କରୁଥିଲେ ଆମ ଭାଗ୍ୟ ବିଧାତା । ସମ୍ବିଧାନରେ ସାଧାରଣତନ୍ତ୍ରକୁ ପ୍ରାଥମିକତା ଦିଆଯାଇଛି । ମାତ୍ର ବାସ୍ତବିକତା ସହିତ ତା’ର କୌଣସି ତାଳମେଳ ନାହିଁ । କେମିତି ରହିବ? ପକେଟରେ ୩୦୩ ସାଂସଦଙ୍କୁ ପୁରାଇ ‘ଏକ୍‌ ଅକେଲା ସବ୍‌ ପେ ଭାରୀ’ କହୁଥିବା ଚରିତ୍ର ବେକରେ ଅଙ୍କୁଶ ଲଗାଇବାର କ୍ଷମତା ଆମ ସାଧାରଣତନ୍ତ୍ର ନିକଟରେ ନାହିଁ ।

ସମ୍ବିଧାନ ଅନୁସାରେ ଆମ ସାଧାରଣତନ୍ତ୍ର ମହାକାଳ ଫଳ ଯାହା ଆଖିକୁ ସୁନ୍ଦର । ସମ୍ବିଧାନରେ ଯୋଉ ଚରିତ୍ରକୁ ଗୌଣ କରାଯାଇଛି; ସେ ହିଁ ରାମ ମନ୍ଦିର ଭିତରେ ପ୍ରାଣ ପ୍ରତିଷ୍ଠା ସମାରୋହର ମୁଖ୍ୟ ପୁରୋଧା ଥିଲେ । ଭଗବାନ ରାମଚନ୍ଦ୍ର ବନବାସ କାଳରେ ଜନଜାତି ଶିରୋମଣି ମା’ ଶବରୀଙ୍କ ହାତରୁ କଷାଫଳ ଖାଇ ପରମସନ୍ତୋଷ ଲାଭ କରିଥିଲେ । ମାତ୍ର ଆମ ସାଧାରଣତନ୍ତ୍ର ଶିରୋମଣି ଭଗବାନ ରାମଙ୍କୁ କଷାଫଳ ଖୁଆଇ ପାରିଲେନି ।

ଏବେ ଆପଣମାନେ ବିଚାର କରନ୍ତୁ; ‘ସବ୍‌ କା ସାଥ୍‌ ସବ୍‌ କା ବିକାଶ’ ସ୍ଲୋଗାନ ଦେଉଥିବା ଚରିତ୍ରଟି ଅସଲରେ ଭଦ୍ର ନା ଧୂର୍ତ । ସଇତାନ ମୁହଁରେ ‘ବିକଶିତ ଭାରତ’ ଶୋଭାପାଉନି । ଜନଜାତିଙ୍କ ଭୋଟ ବଳରେ ମହାପରାକ୍ରମୀ ହେବାର ଆଶା ରଖିଥିବା ଜଣେ ଶଠ ଚରିତ୍ର ଧୂର୍ତ ଜଣେ ଅତି ସରଳ ଜନଜାତିର ମହିଳାଙ୍କୁ ଦେଶର ସର୍ବେସର୍ବା କରିଦେଲେ ମାତ୍ର ରାମ ମନ୍ଦିର ଗର୍ଭଗୃହକୁ ଯିବା ପାଇଁ ଅନୁମତି ଦେଲେନି ।

ଆମ ସାଧାରଣତନ୍ତ୍ର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖିଆ ମୋହନ ଭାଗବତ ଓ ୟୁପି ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କ ନିକଟରେ ଫିକା ପଡ଼ିଗଲେ । ଏଭଳି ସାଧାରଣତନ୍ତ୍ର ଦିବସ ପାଳିବାକୁ ମୋ ମନ ଡାକୁନି । ଆପଣମାନେ ମୋତେ ପାଗଳ ବିବେଚନା କରି ସାଧାରଣତନ୍ତ୍ର ଦିବସ ପାଳନ କରିପାରନ୍ତି ।