ଓଡ଼ିଶାର ୧୫ ଜଣଙ୍କୁ ବିଶିଷ୍ଟ ସେବା ପୁରସ୍କାର

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ସାହସିକତା ଓ ସେବା ପୁରସ୍କାର ଘୋଷଣା କରାଯାଇଛି ଯୋଉଥିରେ ଓଡ଼ିଶାରୁ ୧୫ ଜଣ ଅଛନ୍ତି । ପୁଲିସ, ଅଗ୍ନିଶମ ସେବା, ହୋମଗାର୍ଡ, ସିଭିଲ୍‌ ଡିଫେନ୍ସ ଓ ସୁଧାର ସେବା କ୍ଷେତ୍ରରେ ମୋଟ ୧୧୩୨ ଜଣଙ୍କୁ ସମ୍ମାନିତ କରାଯିବ । ୨୭୭ ଜଣଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ ।

ଓଡ଼ିଶାର ଦୁଇଜଣ କର୍ମଚାରୀ ରାଷ୍ଟ୍ରପତି ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୧୧ ଜଣ ପୁଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ । ରାଷ୍ଟ୍ରପତି ପଦକ ପାଇବେ ସନ୍ତୋଷ ବାଲା ଓ ସଂଯୁକ୍ତା ପଟ୍ଟନାୟକ । ପୂର୍ବାଂଚଳ ଆଇଜି ସତ୍ୟବ୍ରତ ଭୋଇ, ସାରଦା ପ୍ରସନ୍ନ ପ୍ରଧାନ, ପ୍ରଦୀପ ସାମଲ ଓ ପ୍ରଶାନ୍ତ ସାହୁ ପ୍ରଶଂସନୀୟ ସେବା ପଦକ ପାଇବେ ।