ବକ୍ସିଂ ଛାଡ଼ିବେନି ମେରୀ କମ୍‌

ନୂଆଦିଲ୍ଲୀ: ‘କିଏ କହିଲା ମୁଁ ବକ୍ସିଂ ଛାଡ଼ିଲି?’ ମେରୀ କମ୍‌ ଏପରି ପ୍ରଶ୍ନ କରିଥିଲେ କିଛି ଗଣମାଧ୍ୟମକୁ । ମେରୀ କମ୍‌ ସଫା ସଫା କହିଛନ୍ତି ଯେ ସେ ଏବେ ବକ୍ସିଂ ଛାଡ଼ିନାହାନ୍ତି । ଯେବେ ଛାଡ଼ିବା ପାଇଁ ନିଷ୍ପତି ନେବେ; ଖୋଦ ଗଣମାଧ୍ୟମ ଆଗରେ ଅବସର ଘୋଷଣା କରିବେ ।

ପ୍ରଶଂସକମାନେ କାହା କଥାରେ ଭଳିଯାଇ ମନ ଖରାପ କରନ୍ତୁନି । ମେରୀ କମ୍‌ କହିଛନ୍ତି- ବୟସ ଦୃଷ୍ଟିରୁ ସେ ଅଲିମ୍ପିକ୍ସରେ ଭାଗ ନେଇ ପାରିବେନି । ବକ୍ସିଂରେ ଆହୁରି କିଛି ମେଡାଲ ପାଇବାର ଆଶା ତାଙ୍କର ରହିଛି । ଏବେ ସେ ଫିଟ୍‌ନେସ୍‌ ପ୍ରତି ଅଧିକ ଦୃଷ୍ଟି ଦେଉଛନ୍ତି ।