ରାଜଧାନୀରୁ ୧ କିଲୋ ୩୪ ଗ୍ରାମ୍ ବ୍ରାଉନସୁଗାର ଜବତ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଥମୁନି ଧଳାଜହର କାରବାର । ପୁଣି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ଖୋର୍ଦ୍ଧା କୁମ୍ଭାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ଜବତ କଲା ଏସ୍‌ଟିଏଫ୍‌ । ବ୍ରାଉନସୁଗାର କାରବାର ଅଭିଯୋଗରେ ବିଟେକ୍‌ ଛାତ୍ର ମନୋରଞ୍ଜନ ଦାସ ଗିରଫ କରିଛି STF ।ସୂଚନା ଅନୁଯାଇ , ବ୍ରାଉନ୍‌ସୁଗାର କାରବାର ନେଇ STFକୁ ପୂର୍ବରୁ ସୂଚନା ମିଳିଥିଲା । ପୂର୍ବ ଯୋଜନା ମୁତାବିକ ଖୋର୍ଦ୍ଧା କୁମ୍ଭାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ଜଣେ ବିଟେକ୍‌ ଛାତ୍ରକୁ ଅଟକ ରଖିଥିଲା । ଏସ୍‌ଟିଏଫ୍‌ ଛାନ୍‌ଭିନ୍‌ରୁ ତାଙ୍କ ନିକଟରୁ ୧ କିଲୋ ୩୪ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି ।