୬୦ ଲିଟର ମଦ ଜବତ, ଜଣେ ଗିରଫ

ବାଙ୍କୀ: ସୋମବାର ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣଙ୍କୁ ଗିରଫ କରାଯିବା ସହିତ ୬୦ ଲିଟର ଦେଶୀ ଚୋରା ରନ୍ଧା ମଦ ଜବତ କରାଯାଇଛି। ଅବକାରୀ ଅଧିକାରୀ ଟେଲେସଫର ଲାକ୍ରାଙ୍କ ସୂଚନା କ୍ରମରେ କଟକ ଜିଲ୍ଲା ଭାରପ୍ରାପ୍ତ ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଚଢାଉରେ ବାଙ୍କୀ ଥାନା ଅନ୍ତର୍ଗତ କୁଶପଙ୍ଗୀ ଗ୍ରାମର ଗୁଣ୍ଡୁଚି ଘଡେଇ(୬୦)ଙ୍କ ଠାରୁ ଏହି ଚୋରା ମଦ ଜବତ କରାଯିବା ସହିତ ବ୍ୟବହୃତ ଆକ୍ଟିଭା ସ୍କୁଟିକୁ ଜବତ କରାଯାଇଛି।