ପୁଲିସ କବଜାରେ ‘ମୋ ବସ’ରେ ଲୁଟ୍ କରୁଥିବା ୭ ଲୁଟେରା

ଭୁବନେଶ୍ୱର: ‘ମୋ ବସ’ରେ ଲୁଟ୍ କରୁଥିବା ଏକ ଲୁଟେରା ଗ୍ୟାଙ୍ଗଙ୍କୁ ଧରାଯାଇଥିବା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ୭ ଜଣ ଲୁଟେରାଙ୍କୁ ଧରିଛି କମିସନରେଟ ପୁଲିସ। ଗିରଫ ୭ ଲୁଟେରା କଟକର ହୋଇଥିବା ଜଣାଯାଇଛି। ସେମାନଙ୍କ ପାଖରୁ ୫୭ ହଜାର ଟଙ୍କା ଓ ୯ଟି ମୋବାଇଲ ଜବତ କରାଯାଇଛି। କମିସନରେଟ ପୁଲିସ ଲୁଟର ଶିକାର ହୋଇଥିବା ୩ଜଣଙ୍କୁ ଟଙ୍କା ଫେରାଇଛି।

ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, ମୋ ବସରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ। ବସରେ ଲୋକଙ୍କୁ ଘେରି ଯାଇ ଜାଣିଶୁଣି ଭିଡ଼ ସୃଷ୍ଟି କରନ୍ତି। ସେହି ଭିଡ଼ ଆଳରେ ସେମାନେ ଲୋକଙ୍କୁ ଲୁଟନ୍ତି। ନିକଟରେ ନୟାପଲ୍ଲୀ ଥାନାରେ ମଧ୍ୟ ଏନେଇ ଅଭିଯୋଗ ହୋଇଥିଲା। ଏହି ଗ୍ୟାଙ୍ଗର ସଦସ୍ୟମାନଙ୍କ ନାଁରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଏତଲା ରହିଛି।