ଅଫତାବଙ୍କ ପ୍ଲେ ବୟ ଅବତାର

ଅଧିକାଂଶ ଯୁବତୀଙ୍କୁ ଦେଉଥିଲା ଶାରୀରିକ ସୁଖ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ପୁଲିସ କଡ଼ା ସୁରକ୍ଷା ଭିତରେ ହତ୍ୟା ଅଭିଯୁକ୍ତ ଅଫତାବକୁ କୋର୍ଟରେ ହାଜର କରିଥିଲା । ପୁଲିସ ଅଫତାବକୁ ଭିଆଇପି ସେବା ପ୍ରଦାନ କରୁଥିବାରୁ ବହୁ ଆଇନଜୀବୀ ଘୋର ପ୍ରତିବାଦ କରିଥିଲେ । ମହାରାଷ୍ଟ୍ରର ପାଲଘର ନିବାସୀ ଶ୍ରଦ୍ଧା ୱାକରଙ୍କ ହତ୍ୟାକାଣ୍ଡ ମାମଲାର ତଦନ୍ତ ଧାରାକୁ ଆଗେଇ ନେବାପାଇଁ ଦିଲ୍ଲୀ ପୁଲିସ ଅଭିଯୁକ୍ତ ଅଫତାବକୁ ଆଉ କିଛିଦିନ ପାଇଁ ରିମାଣ୍ଡରେ ନେବାକୁ ଅଦାଲତଙ୍କ ଅନୁମତି ଲୋଡ଼ିଛି । ପୁଲିସ ଅଫତାବ ଅମିନ ପୁନାୱାଲାଙ୍କ ସଂପର୍କରେ ଥିବା ଯୁବତୀଙ୍କୁ ଜେରା କରି ସେମାନଙ୍କଠାରୁ କିଛି ଗୂଢ଼ ତଥ୍ୟ ହାସଲ କରିବା ଚକ୍କରରେ ଅଛି । ୨୦ରୁ ଅଧିକ ଝିଅଙ୍କ ସହିତ ଅଫତାବର ଗୋପନ ସଂପର୍କ ଥିବା ପୁଲିସ ଜାଣିବାକୁ ପାଇଛି ।

ଦିଲ୍ଲୀ ପୁଲିସ ସୂଚନା ମୁତାବକ ଶ୍ରଦ୍ଧାକୁ ହତ୍ୟା କରିବା ପରେ ଅଫତାବ ଏକ ଡେଟିଂ ଆଫ୍‌ ଜରିଆରେ ଅନ୍ୟ ଯୁବତୀଙ୍କ ସହ ସଂପର୍କ ସ୍ଥାପନ କରିଥିଲା । ଅଧିକାଂଶ ଯୁବତୀଙ୍କ ଅଫତାବଙ୍କ ଘରକୁ ଯିବାଆସିବା କରୁଥିଲେ । ଆଶ୍ଚର୍ଯ୍ୟର କଥା, ଫ୍ରିଜରେ ଶ୍ରଦ୍ଧାଙ୍କ କଟାମୁଣ୍ଡ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ମହଜୁଦ ଥିବା ସମୟରେ ଯୁବତୀମାନେ ଅଫତାବଙ୍କ ଘରକୁ ଆସୁଥିଲେ । ଅଧିକାଂଶ ଯୁବତୀଙ୍କ ସହିତ ଅଫତାବର ଅନ୍ତରଙ୍ଗ ସଂପର୍କ ରହିଛି । ଦକ୍ଷିଣ ଦିଲ୍ଲୀର ମହୌରଲି ପୁଲିସ ଅଫତାବଠାରୁ ଏହିସବୁ ବିବରଣୀ ଆଦାୟ କରିଛି ।