ଅବକାରୀ ବିଭାଗର ଚଢାଉ; ମଦ ସହ ସ୍କୁଟି ଜବତ, ଜଣେ ଗିରଫ

୧୬୨ଲିଟର ଦେଶୀ ମହୁଲି ମଦ..

କେନ୍ଦୁଝର: ଅବକାରୀ ବିଭାଗ ଅଧିକ୍ଷକ ନାରାୟଣ ମେହେର ଙ୍କ ନିର୍ଦେଶ ରେ ଇନିସପେକ୍ଟର ବେଣୁଧର ସାମଲ,ମୋବାଇଲସ୍କ୍ବାର୍ଡ ଇନିସପେକ୍ଟର ଚନ୍ଦନ କୁମାର ମଣ୍ତଳ ଙ୍କ ନେତୃତ୍ବରେ ଆଜି ସଦର ଓ ଟାଉନ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ୯୮୫ କେଜି ମହୁଲ ପୋଚ ନଷ୍ଟ କରାଯାଇଥିବାବେଳେ ୧୬୨ଲିଟର ଦେଶୀ ମହୁଲି ମଦ ସହ କେନ୍ଦୁଝର ସହର ର କଲେଜ ରୋଡ ନିକଟରୁ ଏକ (ଓଡି-୦୯-କ୍ୟୁ-୩୬୨୮)ୟାମାହା ସ୍କୁଟିରୁ ଟାୟାର ଟିୟୁରେ ଥିବା ୩୫ଲିଟର ମଦ ଜବତ କରିଥିବାବେଳେ ଅଭିଯୁ୍କ୍ତ ଜଣଙ୍କ ଚମ୍ପଟମାରିଛନ୍ତି।

ଏଥିସହ ଏହିକାରବାରେ ସଂପୃକ୍ତ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ହେଲେ ନୂଆଗାଁ ପଞ୍ଚାୟତ ନରସିଂହପୁର ଗ୍ରାମର ଦିବାକର ମାଝୀ(୪୫)। ବେଆଇନ ମଦକାରବାର ଅଭିଯୋଗ ମାମଲା କ୍ରମେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।ପ୍ରଥମେ ଇନିସପେକ୍ଟର ବେଣୁଧର ସାମଲ ନରସିଂହପୁର ଗ୍ରାମରେ ଚଢାଉ କରି ୯୮୫କେଜି ମହୁଲ ପୋଚ ନଷ୍ଟ କରିବା ସହ ୧୧୨ଲିଟର ମଦ ଜବତ କରିବା ସହ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଥିଲେ।

ପରେ କଲେଜ ରୋଡ ନିକଟରୁ ସ୍କୁଟି ସହ ଟିୟୁ ଭିତରେ ଥିବା ୩୫ଲିଟର ମଦ ଜବତ କରିଥିବାବେଳେ ଅଭିଯୁକ୍ତ ଚମ୍ପଟମାରିଥିବା ଜଣାପଡିଛି। ସମୁଦାୟ ୯୮୫କେଜି ମହୁଲ ପୋଚ ନଷ୍ଟ କରାଯାଇଥିଵାବେଳେ ୧୬୨ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ଚଢାଉବେଳେ କନେଷ୍ଟବଳ ଲକ୍ଷ୍ମଣ କୁମାର ନାଏକ,ଅଖିଳ ଚନ୍ଦ୍ର ସର୍ଦ୍ଧାର,ରଶ୍ମିରଖା ମହାନ୍ତ,ଆଲୋକ କୁମାର ସାହୁ,ସନ୍ଦିପ କୁମାର ଜେନା,ସଂଗ୍ରାମ କିଶୋରୀ ସାମଲ ପ୍ରହଲ୍ଲାଦ ମହାନ୍ତ ପ୍ରମୁଖ ଥିଲେ।