160×600
160×600

ବିଜେପି ନେତାଙ୍କ ହତ୍ୟା: ୧୫ ଜଣ ଆସାମୀଙ୍କର ଫାଶୀଦଣ୍ଡ କାଏମ୍

ନୂଆଦିଲ୍ଲୀ: ଜନୈକ ବିଜେପି ନେତାଙ୍କୁ ହତ୍ୟା ମାମଲାର ବିଚାର କରି ଉପରକୋର୍ଟ ନିମ୍ନକୋର୍ଟଙ୍କ ଫାଶୀ ଦଣ୍ଡାଦେଶକୁ କାଏମ୍ ରଖିଛନ୍ତି । ୧୫ ଜଣ ଆସାମୀ ଏବେ ହାଇକୋର୍ଟଙ୍କ ଶରଣାପନ୍ନ ହୋଇପାରନ୍ତି । ପୂର୍ବରୁ ଜିଲ୍ଲା କୋର୍ଟ ଆସାମୀଙ୍କୁ ମୃତ୍ୟୁ ଦଣ୍ଡାଦେଶ କରିଥିଲେ ।

ସୂଚନା ମୁତାବକ ୨୦୨୧ ଡିସେମ୍ବର ୧୯ ତାରିଖ ଦିନ କେରଳରେ ସକ୍ରିୟ ପିଏଫ୍ଆଇ ଓ ଏସଡିପିଆଇ ସଂଗଠନର ଲୋକମାନେ ସଂଘବଦ୍ଧ ହୋଇ ବିଜେପି ନେତା ତଥା ଆଇନଜୀବୀ ରଂଜିତ ଶ୍ରୀନିବାସଙ୍କ ଭେଲ୍ଲାକିନାର ସ୍ଥିତ ବାସଭବନରେ ପ୍ରବେଶ କରିଥିଲେ । ରଂଜିତଙ୍କୁ ପ୍ରବଳ ମାଡ଼ ମାରିବା ସହିତ ତାଙ୍କ ମା’, ପତ୍ନୀ ଓ ଝିଅଙ୍କ ଆଗରେ ନିର୍ମମ ଭାବେ ହତ୍ୟା କରିଥିଲେ ।