ମୁହଁ ଖୋଲୁ ନାହାନ୍ତି ଚାନ୍ଦ ଦମ୍ପତି । ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଲେଡି ବ୍ଲାକମେଲର୍  ଅର୍ଚ୍ଚନା ନାଗ୍ ମାମଲାରେ ଇଡିରେ ତୃତୀୟ ଥର ପାଇଁ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ପୂର୍ବରୁ ଇଡି ପକ୍ଷରୁ ବାରମ୍ବାର ସମନ ପରେ ବି ହାଜର ହେଉନଥିଲେ ଅର୍ଚ୍ଚନା  । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଇଡି ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଥିବାବେଳେ ତାଙ୍କର ସହଯୋଗୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଇଡିରେ ହାଜର ହୋଇଛନ୍ତି । ୩ ଜଣଙ୍କୁ ସାମ୍ନାସାମ୍ନି ଜେରା କରାଯାଇପାରେ ବୋଲି କୁହାଯାଉଛି । ୩ ଜଣଙ୍କୁ ମୁହାଁମୁହିଁ ଜେରା କରାଗଲେ ହୁଏତ ଅନେକ ଗୁଡିଏ ସତ ସାମ୍ନାକୁ ଆସିପାରେ।