ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ କଫ୍‌ସିରଫ୍‌ ଜବତ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବଜାରରେ ଭେଜାଲ କଫ୍‌ ସିରଫ୍‌ ଦେଖିବାକୁ ମିଳୁଛି। ଯେଉଁ କଫ୍‌ ସିରଫ୍‌ ଖାଇଲେ ଆପଣଙ୍କ ଦେହ ଭଲ ହେବା ବଦଳରେ ଆପଣଙ୍କୁ ନିଶା ହେବ। ଏଥିସହ ଦେହ ଖରାପ ହେବ। ଭୁବନେଶ୍ୱରରୁ ନୟାଗଡ଼ ଯିବା ସମୟରେ ଭରତପୁର ଥାନା ପୁଲିସ ଜବତ କରିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ କଫ୍‌ ସିରଫ୍‌ ଲୋଡ଼ ହେଉଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଏକ ଅଟୋ ଆଉ ୧୦କାଟୁନ କଫ୍‌ ସିରଫ ଜବତ କରାଯାଇଛି। ଏହା ସହ କିଛି ଟାବଲେଟ୍‌ ମଧ୍ୟ ଜବତ କରାଯାଇଛି। ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।