୩ତାରିଖ ଯାଏଁ କେଦାରନାଥଙ୍କ ଦର୍ଶନ ବନ୍ଦ

ନୂଆଦିଲ୍ଲୀ: ବନ୍ଦ ହେଲା କେଦାରନାଥ ଯାତ୍ରା । ଚାର ଧାମ ଯାତ୍ରା ଆରମ୍ଭ ପରେ ବିଗିଡିଲା ପାଗ । ଉତ୍ତରାଖଣ୍ଡରେ ମୂଷଳଧାରାରେ ବର୍ଷା ସହ ତୁଷାରପାତ ଜାରି । ଚମୋଲିରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ବଦ୍ରିନାଥ ହାଇଓ୍ବେ ବନ୍ଦ ହୋଇଯାଇଥିବା ଯୋଗୁ ଅଧାରାସ୍ତାରେ ଶ୍ରଦ୍ଧାଳୁମାନେ ଅଟକି ରହିଛନ୍ତି।

ଗଙ୍ଗୋତ୍ରୀ, ଯମୁନୋତ୍ରୀରେ ବର୍ଷା ଜାରି ରହିଥିବା ବେଳେ ପାହାଡ଼ ଉପରେ ବରଫ ବର୍ଷା ହେଉଛି । ଫଳରେ ପାହାଡ଼ି ଇଲାକୁ ପୁଣି ଶୀତ ଫେରିଛି । ଗତକାଲିଠୁ ସୋନପ୍ରୟାଗଠାରେ ଅଟକି ରହିଥିବା ୨୫ଶହ ଶ୍ରଦ୍ଧାଳୁ ଆଜି ଯାତ୍ରା ଆରମ୍ଭ କରିଛନ୍ତି । ପାଗ ଅନୁକୂଳ ନଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଓ ପ୍ରତିକୂଳ ପାଗ ଯୋଗୁ ଆସନ୍ତା ତିନି ତାରିଖ ଯାଏଁ ବାବା କେଦାରନାଥଙ୍କ ଯାତ୍ରା ଉପରେ ରୋକ ଲଗାଇ ଦିଆଯାଇଛି ।