ଲେଡିଜ୍ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ କଲା କମିସନରେଟ ପୁଲିସ

ଭୁବନେଶ୍ୱର: ଲେଡିଜ ହଷ୍ଟେଲରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଘଟଣାରେ ୩ ରୋଡ୍‌ ରୋମିଓଙ୍କୁ ବାନ୍ଧିଲା କମିସନରେଟ ପୁଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ସନିଆ ଦାସ, ଶଶିକାନ୍ତ ଭୋଇ ଓ ସଞ୍ଜୟ ବେହେରା।୩ ଅଭିଯୁକ୍ତଙ୍କ ଘର ନୟାପଲ୍ଲୀ ଭୋଇସାହି ବୋଲି ଜଣାପଡ଼ିଛି।  ଶୁକ୍ରବାର ରାତିରେ ହଷ୍ଟେଲ ରେ ପଶି ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ। ହଷ୍ଟେଲରେ ବ୍ୟାପକ ଭଙ୍ଗାରୁଜା ସହ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ସେ ସମୟର ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ତାହାକୁ ଭିତ୍ତି କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ଏବେ ସୁଦ୍ଧା ପୁଲିସ୍‌ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି।