ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟରେ ୩୬ ଘଣ୍ଟାରେ ୨ ବିସ୍ଫୋରଣ

ଅମୃତସର : ପଞ୍ଜାବ ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରର ହେରିଟେଜ୍ ଷ୍ଟ୍ରିଟରେ ଆଜି ଆଉ ଏକ ବିସ୍ଫୋରଣ ହୋଇଛି । ଗତ ୩୬ ଘଣ୍ଟାରେ ଏହା ଦ୍ୱିତୀୟ ବିସ୍ଫୋରଣ । ଶନିବାର ପାଖାପାଖି ଦିନ ୧୨ ଟାରେ ମଧ୍ୟ ସାରାଗଡା ପାର୍କିଙ୍ଗ ନିକଟରେ ବିସ୍ଫୋରଣ ହୋଇଥିଲା । ଏଥିରେ ଏକ ରେଷ୍ଟୁରାଣ୍ଟ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଏକାଧିକ ଲୋକ ଆହତ ହୋଇଥିଲେ । ଆଜି ପୁଣିଥରେ ବିସ୍ଫୋରଣ ହେବାରୁ ପୁରା ଇଲାକାକୁ ସିଲ୍ କରାଯାଇଛି ଏବଂ ଏହାକୁ କଡ ସୁରକ୍ଷା ମଧ୍ୟରେ ରଖାଯାଇଛି ।  ଏହି ଘଟଣା ପରେ ଲୋକେ ଭୟଭୀତ ହୋଇ ଅଛନ୍ତି । ଅଞ୍ଚଳରେ ଶାନ୍ତି ସଦଭାବନା ବଜାୟ ରଖିବାକୁ ଆଡଭାଇଜରୀ ଜାରି କରିଛି ପୁଲିସ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ସୋସିଆଲ ମିଡିଆ ଉପରେ ମଧ୍ୟ କଡା ନଜର ରଖାଯାଇଛି ।