ପୋଖରୀରୁ ମିଳିଲା ମୃତଦେହ

କଟକ ସଦର ଅନ୍ତର୍ଗତ ମୁଗଭଙ୍ଗା ଗ୍ରାମର ମହାବୀର ନଗର ବିକାଶ ମଂଚ ପଛପଟ ପୋଖରୀରେ….

ଫୁଲନଖରା: କଟକ ସଦର ଅନ୍ତର୍ଗତ ମୁଗଭଙ୍ଗା ଗ୍ରାମର ମହାବୀର ନଗର ବିକାଶ ମଂଚ ପଛପଟ ପୋଖରୀରେ ଏକ ମୃତଦେହ ଦେଖିବାକୁ ମିଳିଛି । ମୃତଦେହଟି ଭାସୁଥିବାର ଦେଖି ସ୍ଥାନୀୟ ସ୍ୱେଚ୍ଛାସେବୀ ବବୁଲୁ (ବୁବୁ), ବାବି, ସିପୁ ଓ ବବ ସଦର ଥାନା ପୁଲିସକୁ ଖବର ଦେଇ ପିସିଆର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ପିସିଆର ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିବାର ଉଦ୍ୟମ ଜାରି ରଖିଛି । ଇତିମଧ୍ୟରେ ପୋଖରୀ ନିକଟରେ ଲୋକଙ୍କ ଭିଡ଼ ଜମିଛି । ଖବର ସଂଗ୍ରହ ସୁଦ୍ଧା ମୃତଦେହଟିକୁ ଚିହ୍ନଟ କରାଯାଇନି । କେହି ଜଣେ ହତ୍ୟା କରି ମୃତଦେହକୁ ପୋଖରୀକୁ ଫିଙ୍ଗି ଦେଇଥିବାର ଆଶଙ୍କା କରାଯାଉଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ବିନା କିଛି କହିବା ମୁସ୍କିଲ ବୋଲି ପୁଲିସ କହିଛି ।  (ରିପୋଟର ଅଭିଳାଷ ଜେନା)