ଜୁଆ ଖେଳକୁ ନେଇ ପୁରୀ ବଡଦାଣ୍ଡରେ ହଣାକଟା: ୩ ଗୁରୁତର

ପୁରୀ ଉପକଣ୍ଠ ଖଡିପଦାରେ ମେଳଣ ଚାଲିଥିବା ବେଳେ …

ପୁରୀ: ଜୁଆ ଖେଳକୁ ନେଇ ପୁରୀ ବଡଦାଣ୍ଡରେ ହଣାକଟା । ମାର୍କେଟ ଛକ ନିକଟରେ ହଣାକଟାରେ ୩ ଗୁରୁତର । ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ପୁରୀ ଉପକଣ୍ଠ ଖଡିପଦାରେ ମେଳଣ ଚାଲିଥିବା ବେଳେ ଜୁଆ ଖୋଳକୁ ନଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଶନିବାର ସକାଳେ ଦୁଇ ଗୋଷ୍ଠୀ ମାର୍କେଟ ଛକ ନିକଟରେ ମୁହାଁମୁହିଁ ହୋଇଥିଲେ । କାଲିର ପ୍ରତିଶୋଧ ନେବା ପାଇଁ ଭୋରରୁ ତିନିଜଣଙ୍କୁ ଖଣ୍ଡାରେ ହାଣି ଗୁରୁତର କରିଥିଲେ । ପୁଲିସ ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ପୁଲିସ ଅଟକ ରଖିଛି