ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ଅଭିବ୍ୟକ୍ତ କରୁଥିବା ଗୀତ ଭିଡିଓ ଶେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଉପସ୍ଥାପନା ଶେୟାର କରିଛନ୍ତି ଯେଉଁଥିରେ ଜଣେ ସଂଗୀତକାରଙ୍କୁ ବିଭିନ୍ନ ଭାଷାରେ ଗୀତ ଗାଉଥିବାର ଦେଖିବାକୁ ମିଳିବ । ସେ କହିଛନ୍ତି ଯେ, ମଧୁର ସ୍ୱର ସହିତ ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାର ଏକ ମହାନ ଅଭିବ୍ୟକ୍ତି ଅଟେ ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି :

“ପ୍ରତିଭାଶାଳୀ ସ୍ନେହଦୀପ ସିଂହ କାଲସିଙ୍କ ଏହି ଅଦ୍ଭୁତ ଗୀତକୁ ଦେଖିଲି । ମଧୁର ସ୍ୱର ସହିତ ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାର ଏକ ମହାନ ଅଭିବ୍ୟକ୍ତି ଅଟେ । ଚମତ୍କାର!