ଆଇଏଏସ ଅଫିସରଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ

ୟୁପି: ଉତ୍ତରପ୍ରଦେଶର ଜଣେ ଆଇଏଏସ ଅଧିକାରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଭିଡିଓ ଶିକ୍ଷା ବିଭାଗର ଜଣେ ସ୍ୱତନ୍ତ୍ର ସଚିବସ୍ତରର ଜଣେ ଅଧିକାରୀଙ୍କ ରହିଛି । ଏହି ଘଟଣାକୁ ନେଇ ସାଇବର ସେଲ ତଦନ୍ତ ଆରମ୍ଭ କରିଛି । ଆଇଏଏସ ଅଧିକାରୀଙ୍କ ଭାଇରାଲ ଭିଡିଓ ଚଳିତବର୍ଷ ମାର୍ଚ୍ଚ ମାସ ପୂର୍ବର ବୋଲି କୁହାଯାଉଛି । ଅଧିକାରୀଙ୍କୁ ହନି ଟ୍ରାପରେ ଫସାଇ ଭିଡିଓ ତିଆରି କରାଯାଇଛି । ପ୍ରଥମେ ମହିଳା ଜଣକ ଅଧିକାରୀଙ୍କ ସହିତ କଥା ହୋଇଥିଲେ । ଏହାପରେ ଜାଲରେ ଫସାଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାଙ୍କ ବ୍ଲାକମେଲ କରିବା ଆରମ୍ଭ କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୀଡିତ ଆଇଏଏସ ଅଧିକାରୀ ଏହି ଘଟଣାକୁ ନେଇ ପୁଲିସର ସାଇବର ସେଲରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କ୍ରମେ ଲକ୍ଷେ୍ନø ସାଇବର ସେଲ ଟିମ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଅଭିଯୁକ୍ତକୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।