ଆଉ ୪ଟି କରୋନା ଟିକା ଅକ୍ଟୋବରରେ ଉପଲବ୍ଧ ହେବ

ନୂଆଦିଲ୍ଲୀ : ଦେଶରେ ଆଉ ୪ଟି କରୋନା ଟିକା ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି । ଏହି ଟିକାଗୁଡ଼ିକ ହେଲେ ଜାଇଡସ କାର୍ଡିଲାର ଜାଇକୋଭ-ଡି, ବାୟୋଲୋଜିକାଲ-ଇ, ନୋଭାଭାକ୍ସ ଓ ଜେନୋକା । ଏହା ସହ କୋଭାକ୍ସିନର ଉପଲବ୍ଧତା ମଧ୍ୟ ବଢିବାର ସମ୍ଭାବନା ରହିଛି । ଏକ ରିପୋର୍ଟ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସରେ ୨୦ କୋଟି ଓ ଅକ୍ଟୋବର ମାସରେ ୨୫ କୋଟି କରୋନା ଟିକା ପାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଅନୁମୋଦନ ମିଳିବା ପରେ କୋଭାକ୍ସିନର ଅନ୍ତର୍ଜାତୀୟ ଯୋଗାଣ ନେଇ ପ୍ରତିବନ୍ଧକ ରହିବ ନାହିଁ