ଓଏଏସ୍ ସୋନାଲି ସୁଭଦର୍ଶିନୀଙ୍କ ଘରୁ ଚୋରି ଘଟଣାରେ ୩ ଜଣ ଲୁଟେରା କୁ ଗିରଫ କଲା ଖଣ୍ଡଗିରି ଥାନା

ଭୁବନେଶ୍ୱର: ଭୁବନେଶ୍ୱର ଜଳ ସମ୍ପଦ ବିଭାଗ ଓଏଏସ ସୋନାଲି ସୁଭଦର୍ଶିନୀଙ୍କ ଘରୁ ଚୋରି ଘଟଣା। ୩ ଜଣ ଲୁଟେରା କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର ଅଛନ୍ତି । ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ପୂର୍ବରୁ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ସୂଚନାଯୋଗ୍ୟ ଯେ, ଅଗଷ୍ଟ ୩୧ରେ ଘରେ କେହି  ନଥିବା ବେଳେ ଦିନ ଦ୍ୱୀପହରେ ଘରୁ ଚୋରି କରିଥିଲେ । ଦୁଇ ଦୁଇ ଥର ଓଏଏସ୍‌ଙ୍କ ଘରୁ ଲୂଟ କରିଥିଲେ ଏହି ଲୁଟେରା । ସିସିଟିଭି ଭାଙ୍ଗି ହାର୍ଡଡିସ୍କ ମଧ୍ୟ ନେଇ ଯାଇଥିଲେ । ଗତକାଲି ରାତିରେ ଖଣ୍ଡଗିରି ଅଞ୍ଚଳରୁ ସମସ୍ତଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ପାଖରୁ ଚୋରି ହୋଇଥିବା ଟିଭି, ସୁନା, ଟଙ୍କା, ମୋବାଇଲ ଜବତ କରିଛି ପୋଲିସ ।