୧୭ଲକ୍ଷ ଟୀକା ଓଡିଶାରେ ମହଜୁଦ; ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର: ଜାନୁୟାରୀରୁ ଆରମ୍ଭ ହୋଇଥିବା ଟୀକାକରଣ । ବର୍ତ୍ତମାନ ୧୭ଲକ୍ଷ ଟୀକା ଓଡିଶାରେ ମହଜୁଦ ଅଛି । ୧୨୭୭୮୯୦ କୋଭିସିଲ୍ଡ଼ ରହିଥିବା ବେଳେ ୪୨୭୮୪୫ କୋଭାକ୍ସିନ ମହଜୁଦ ରହିଛି । ଆଗକୁ ଭାରତ ସରକାରଙ୍କ ପକ୍ଷରୁ ୭୦ଲକ୍ଷ ଟୀକା ଓଡିଶାକୁ ମିଳିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଡିସେମ୍ବର ମାସ ଶେଷ ସୁଦ୍ଧା ପ୍ରଥମ ଡୋଜ ଟୀକା ଶତ ପ୍ରତିଶତ ଦିଆଯିବା ନେଇ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ପ୍ରଥମ ଡୋଜ ୨୧୮୪୧୦୮୧ ଜଣଙ୍କ ଟିକା ଦିଆଯାଇଥିବା ବେଳେ ଏହା ୭୦% ରହିଛି । ଉଭୟ ଡୋଜ ୮୨୬୪୯୦୬ ମାନେ 27% ଜନସାଧାରଣ ନେଇସାରିଛନ୍ତି । ଆଗାମୀ ଦିନରେ ଟିକାକରଣ କାର୍ଯ୍ୟକୁ ଜୋରଦାର କରାଯିବ ।