ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ଝାମ୍ପି ନେଲେ ୧୫ଲକ୍ଷ ଟଙ୍କା

ବାଇକ୍‌‌ରେ ଆସିଲେ ଲୁଟି ନେଇ ଗଲେ….

ଢେଙ୍କାନାଳ : ବାଇକ୍‌‌ରେ ଆସିଲେ ଲୁଟି ନେଇ ଗଲେ ଲକ୍ଷ ଲକ୍ଷ ଟଙ୍କା। ବ୍ୟାଙ୍କ ସମ୍ମୁଖରୁ ହୋଇଛି ଏହି ବଡ ଧରଣର ଲୁଟ୍‌‌। ଢେଙ୍କାନାଳର ପରଜଙ୍ଗ ଥାନା ଲୋଧଣୀ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରୁ ସୋମବାର ଏଭଳି ଲୁଟ ଘଟିଛି। ଏକ ବାଇକ୍‌‌ରେ ୩ ଜଣ ଦୁର୍ବୃତ୍ତ ଆସି ଭୁଜାଲି ଦେଖାଇ ଲୁଟି ନେଇଛନ୍ତି ୧୫ ଲକ୍ଷ ଟଙ୍କା। ଟଙ୍କା ଜମା ପାଇଁ ଆସିଥିବା ଏକ କମ୍ପାନୀ ମ୍ୟାନେଜରଙ୍କ ଠାରୁ ଏହି ଲୁଟ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ମ୍ୟାନେଜର ଜଣଙ୍କ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।