ଜିନ୍ଦଲ କମ୍ପାନୀ ଅଫିସ କୁ ଦୌଡ଼ି ଦୌଡ଼ି ସ୍ଥାନୀୟ ଗ୍ରାମ ବସି ନୟାନ୍ତ

ଜେ-ଏସ-ପି-ଏଲ ଜିନ୍ଦଲ କମ୍ପାନୀ ଅଫିସ କୁ ଦୌଡ଼ି

ଜେ-ଏସ-ପି-ଏଲ ଜିନ୍ଦଲ କମ୍ପାନୀ ଅଫିସ କୁ ଦୌଡ଼ି ଦୌଡ଼ି ସ୍ଥାନୀୟ ଗ୍ରାମ ବସି ନୟାନ୍ତ ହେଲେଣି କମ୍ପାନୀ ଶୁଖନିଦ୍ରା ରେ ଶୋଇଛି। କେନ୍ଦୁଝର ଜିଲ୍ଲାରେ ବଡ଼ବିଲ ତହସିଲ ଅନ୍ତର୍ଗତ କାଶିଆ ଗ୍ରାମର ରେ ପ୍ରତିଷ୍ଠିତ ଜିନ୍ଦଲ ଜେ-ଏସ- ପି -ଏଲ କମ୍ପାନୀ କିଛି ସ୍ଥାନୀୟ ଚାଟୁ କର ନେତାକୁ ଧରି କମ୍ପାନୀ ଶକ୍ତିଶାଳୀ ଦେଖାଉଛି। ଜିନ୍ଦଲ କମ୍ପାନୀ ସ୍ଥାନୀୟ କାଶିଆ ଗ୍ରାମବାସୀ କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ଏଠି ପାଣି ରଗାର ଜଣା ପଢ଼ିଛି। କେନ୍ଦୁଝର ଜିଲ୍ଲାର ନାମୀ ଦାମୀ କମ୍ପାନୀ କହିଲେ (ଜେ-ଏସ-ପି-ଏଲ) ଜିନ୍ଦଲ କମ୍ପାନୀ ଯାହା କାଶିଆ ଗ୍ରାମରେ ପ୍ରତିଷ୍ଠିତ। ସ୍ଥାନୀୟ ଲୋକଙ୍କ ଧାରଣା ଓ ପ୍ରତିବାଦ। ବିସ୍ଥାପିତ, ସ୍ଥାନୀୟ ଅଞ୍ଚଳର ଶହ ଶହ ବେକାର ଯୁବକ ପାଇଁ ମହିଳା ମାନେ ଏକତ୍ର ହୋଇ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଯିଏ କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନ ରେ ମୁଖ୍ୟ ନେତୃତ୍ୱ ନେଇଥିଲେ ପୂର୍ବରୁ ସେମାନେ ନିଜ ନିଜ ର ସମ୍ପ୍ରତି ଦି ଗୁଣ କରିବା ସହ ଗ୍ରାମ ବାସୀ କଥା ବୁଝି ନ ଥିଲେ।କାଶିଆ ଗ୍ରାମର କୁଜି ନେତା ପରିଚୟ ଦେଇ ଜେ-ଏସ-ପି-ଏଲ ଜିନ୍ଦଲ କମ୍ପାନୀ ସେହି ମାନଙ୍କୁ ଡାକି ଟ୍ରାନ୍ସପୋଟିଂ ଦେବା ସହ ତାଙ୍କ ନିଜର ସମ୍ପର୍କୀୟ ମାନଙ୍କୁ ଚାକିରୀ ଦେବା ସହ କମ୍ପାନୀ ସ୍ଥାନୀୟ ଲୋକମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଛି କାଶିଆ ଗ୍ରାମର ଜେ-ଏସ-ପି-ଏଲ ଜିନ୍ଦଲ କମ୍ପାନୀ ବିରୁଦ୍ଧରେ ଶତାଧିକ ମହିଳା ମାନେ ନେତୃତ୍ବରେ ବହୁ ସଂଖ୍ୟକ ଶ୍ରମିକ, ବିସ୍ଥାପିତ, ସ୍ଥାନୀୟ ଅଞ୍ଚଳର ମହିଳା ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।କାଶିଆ ଗ୍ରାମରେ ସ୍ଥାନୀୟ ବେକାରୀଙ୍କୁ ନିଯୁକ୍ତି ମିଳୁନାହିଁ, ଭୟଙ୍କର ପ୍ରଦୂଷଣକୁ ରୋକିବା, ପାରିପାର୍ଶ୍ବିକ ଉନ୍ନତି କାର୍ଯ୍ୟ ତ୍ବରାନ୍ବିତ କରିବା, ବିସ୍ଥାପିତ କଲୋନୀର ରାସ୍ତାଘାଟ ଓ ଅନ୍ୟାନ୍ୟ ସମସ୍ୟା ଆଦି ଦୂର କରିବା ଦାବିରେ ଏହି ଧାରଣା ଦିଆଯାଇଛି । ତେବେ କମ୍ପାନୀ ପକ୍ଷରୁ ଜନଶୁଣାଣୀ ମାନଙ୍କରେ ଦିଆଯାଉଥିବା ପ୍ରତିଶୃତି ରକ୍ଷା କରାଯାଉନଥିବା ଏଠାରେ ଦର୍ଶାଯାଇଛି । ଏଥିସହ ଦାବି ପୂରଣ ନହେଲେ ଧାରଣା ଜାରି ରହିବା ସହିତ ମୁଖ୍ୟ ଫାଟକରେ ତାଲା ପଡିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।କାଶିଆ ଗ୍ରାମରେ ଦେଖିବାକୁ ମିଳିଛି ଏକତ୍ରିତ ମହିଳା ମାନେ ରଣ ହୁଙ୍କାର ଦେଇ ଜେ-ଏସ-ପି-ଏଲ କମ୍ପାନୀ ର ମନୋମୁଖୀ ଶାଶନ ଚଳିବ ନାହିଁ।